ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ ମିଡିଆରେ ଆଉ ଏକ ସଫଳତା ହାସଲ କରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର୍ସ ସଂଖ୍ୟା ୭ କୋଟି ବା ୭୦ ମିଲିଅନ୍ ଅତିକ୍ରମ କରିଛି। ବିଶ୍ୱରେ ବିଭିନ୍ନ ଦେଶରେ କ୍ଷମତାରେ ଥିବା ନେତାଙ୍କ ମଧ୍ୟରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ ରହିଛନ୍ତି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିବା ବେଳେ ଏହି ତାଲିକାରେ ସର୍ବାଗ୍ରେ ଥିଲେ। ହେଲେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବ୍ଲକ କରିଦେବା ପରେ ଏବେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି କ୍ଷମତାରେ ଥିବା ବ୍ୟକ୍ତିଙ୍କ ତାଲିକାରେ ସର୍ବାଗ୍ରେ ରହିଛନ୍ତି।
ତେବେ ଟ୍ୱିଟରରେ ଅନ୍ୟତମ ଲୋକପ୍ରିୟ ବ୍ୟକ୍ତି ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ଯିଏକି କ୍ଷମତାରେ ନଥିଲେ ବି ତାଙ୍କୁ ୧୨୯.୮ ମିଲିଅନରୁ ଅଧିକ ୟୁଜର ଫଲୋ କରୁଛନ୍ତି। ସେ ଏବେ ଟ୍ୱିଟରରେ ସର୍ବାଧିକ ଫଲୋଅର୍ସ ପାଇଥିବା ବ୍ୟକ୍ତିଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ବ୍ଲକ୍ କରିଦେବା ପରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲୋକପ୍ରିୟ ନେତାଙ୍କ ତାଲିକାରେ ମୋଦିଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରାୟ ୮୮.୭ ମିଲିଅନ ଫଲୋଅର୍ସ ରହିଥିଲେ। ସେହି ସମୟରେ ମୋଦି ବିଶ୍ୱର ସକ୍ରିୟ ରାଜନେତାଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ ହେବା ପରେ ମୋଦି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
୨୦୦୯ ମସିହାରୁ ମୋଦି ଟ୍ୱିଟରରେ ସକ୍ରିୟ ରହିଛନ୍ତି। ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟ୍ୱିଟରରେ ଯୋଗ ଦେଇଥିଲେ। ସେବେଠାରୁ ସେ ଏହି ପ୍ଲାଟଫର୍ମରେ ସକ୍ରିୟ ରହିଛନ୍ତି। ୨୦୧୯ରେ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ନିର୍ବାଚନରେ ବିଜୟୀ ହୋଇଥିଲା। ଏହାପରେ ମୋଦି ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’। ଏହି ଟ୍ୱିଟ୍ ପୋଷ୍ଟଟି ୨୦୧୯ରେ ସର୍ବାଧିକ ବ୍ୟକ୍ତି ଦେଖିଥିବା ତାଲିକାରେ ଶୀର୍ଷରେ ଥିଲା। ସୂଚନାଯୋଗ୍ୟ, ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୯.୪ ମିଲିଅନ୍ ଫଲୋଅର୍ସ ରହିଛନ୍ତି।
ମୋଦି ପ୍ରାୟତଃ ସୋଶାଲ ମିଡିଆରେ ଆକ୍ଟିଭ ରୁହନ୍ତି। ସେ ଟ୍ୱିଟର ବ୍ୟତୀତ ଫେସବୁକ୍, ୟୁଟ୍ୟୁବ ଓ ଇନଷ୍ଟ୍ରାଗ୍ରାମ ଆଦିରେ ସକ୍ରିୟ ରହିଛନ୍ତି।
The post ମୋଦିଙ୍କ ଟ୍ୱିଟର ଫଲୋଅର୍ସ ସଂଖ୍ୟା ଟପିଲା ୭ କୋଟି appeared first on Odisha Reporter.
from Odisha Reporter https://ift.tt/3BS13Jy
No comments:
Post a Comment