କୋଭିଡର ଦ୍ୱିତୀୟ ଲହର ବେଳେ କେତୋଟି ଦେଶ ଭାରତକୁ ସହଯୋଗ କରିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

କୋଭିଡର ଦ୍ୱିତୀୟ ଲହର ବେଳେ କେତୋଟି ଦେଶ ଭାରତକୁ ସହଯୋଗ କରିଛନ୍ତି?

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହର ବେଳେ ଦେଶରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥାର ଚିତ୍ର ଦେଖିବାକୁ ମିଳିଛି। ଏହି ସମୟରେ ଅନେକ ଦେଶ ଭାରତକୁ ଅକ୍ସିଜେନ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଯୋଗାଇ ଦେଇଥିଲେ। ଏବେ ମୋଟ୍ କେତୋଟି ଦେଶ ସେତେବେଳେ ଭାରତକୁ ସହଯୋଗ କରିଛନ୍ତି ସେ ନେଇ ରାଜ୍ୟସଭା ସାଂସଦ ବିନୟ ବିଶ୍ୱାମଙ୍କୁ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୁରଲୀଧରନ୍ କହିଛନ୍ତି ଯେ ଭାରତକୁ ​​ସେତେବେଳେ 52ଟି ଦେଶ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଅପ୍ରତ୍ୟାଶିତ ସଙ୍କଟ ସମୟରେ ଅନ୍ତର୍ଜାତୀୟ ସମୁଦାୟ ଏକ ନିର୍ଦ୍ଦିଷ୍ଟ ଔଷଧ ଏବଂ ଉପକରଣଗୁଡ଼ିକ ପାଇଁ ଏକତା ଏବଂ ସହାୟତା ସହିତ ଆଗକୁ ଆସିଥିଲେ ଯାହାକି ସେତେବେଳେ ଦେଶରେ ଉପଲବ୍ଧ ନଥିଲା।

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୫୨ଟି ଦେଶରୁ ସରକାରୀ, ବେସରକାରୀ, ଭାରତୀୟ ସମ୍ପ୍ରଦାୟ ସଙ୍ଗଠନ, ଏନଜିଓ ଏବଂ ଅନ୍ୟାନ୍ୟ କମ୍ପାନୀ ସମେତ ବିଦେଶୀ ସାମଗ୍ରୀ ଭାରତକୁ ଆସିଛି। ଗୁରୁବାର କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ନୀତି ଆୟୋଗ, ଗୃହ ମନ୍ତ୍ରାଳୟ ଆଦିର ପ୍ରତିନିଧୀଙ୍କୁ ନେଇ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମାଧ୍ୟମରେ ଏହି ସମସ୍ତ ସହଯୋଗ ବା ଦାନକୁ ଅନୁମୋଦନ କରାଯାଇଛି।

ମିଳିଥିବା ସହାୟତାର ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ ଦ୍ୱିତୀୟ ଲହର ସମୟରେ ଭାରତ ୨୭,୧୧୬ଟି ଅକ୍ସିଜେନ ସିଲିଣ୍ଡର, ୨୯,୩୨୭ଟି ଅକ୍ସିଜେନ କନସେଣ୍ଟ୍ରେଟର, ୪୮ଟି ଅକ୍ସିଜେନ ପିଏସଏଏ ପ୍ଲାଣ୍ଟ ଏବଂ ୫୨ ଟି ବାହାର ଦେଶରୁ ୧୯,୩୭୫ ଭେଣ୍ଟିଲେଟର ଭାରତ ଗ୍ରହଣ କରିଛି।

ସରକାର ବିଦେଶରୁ ୩୩,୩୦,୧୮୭ ଫାଭିପିରାଭିର, ୧୧,୦୬,୯୪୦ଟି, ରେମଡେସିଭର୍ ୫,୧୦,୨୪୫ ଟୋକିଲିଜୁମାବ ପାଇଛି। ସେହିପରି ମୋଟ୍ ୧୯,୮୮,୯୮୫ଟି ଡାୟୋଗ୍ନଷ୍ଟିକ୍ କିଟ୍ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ କୋଭିଡର ଦ୍ୱିତୀୟ ଲହର ଫେରିଥିଲା। ମୁଖ୍ୟତଃ ଚିକିତ୍ସା ବେଳେ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଥିଲା। ଅକ୍ସିଜେନକ ଚାହିଦା ପୂରଣ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତ ସାହାଯ୍ୟ ଲୋଡିଥିଲା। ପରେ ଭାରତୀୟ ବାୟୁସେନା ଓ ନୌସେନାର ଜାହାଜ ସେହି ଦେଶ ମାନଙ୍କୁ ପଠାଇଥିଲା ଯେଉଁମାନେ ସାହଯୋଗ କରିବେ ବୋଲି ଆଗେଇ ଆସିଥିଲେ। ଆଉ କିଛି କିଛି ଦେଶ ସେମାନଙ୍କ ପରିବହନ ବିମାନରେ ଭାରତକୁ ସ୍ୱାସ୍ଥ୍ୟ ସାମଗ୍ରୀ ପଠାଇଥିଲେ।

The post କୋଭିଡର ଦ୍ୱିତୀୟ ଲହର ବେଳେ କେତୋଟି ଦେଶ ଭାରତକୁ ସହଯୋଗ କରିଛନ୍ତି? appeared first on Odisha Reporter.



from Odisha Reporter https://ift.tt/2W6c5u9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages