ପାଟଣା: ବିହାରର କଟିହାର ମହାନଗର ନିଗମର ମେୟର ଶିବରାଜ ପାସଓ୍ୱାନଙ୍କୁ ହତ୍ୟା। ବିଳମ୍ୱିତ ରାତିରେ ଗୁଳିକରି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ଏଯାବତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ସମ୍ପର୍କୀୟ ରହିଛନ୍ତି। ମୃତକଙ୍କ ପରିବାର ଲୋକେ ମୋଟ୍ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ଗୁରୁବାର ରାତିରେ ମେୟର ଶିବରାଜଙ୍କର ଶବ ବ୍ୟବଚ୍ଛେଦ ସରିଥିବା ସୂଚନା ରହିଛି।
ମେୟରଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ସମର୍ଥକ ମାନେ ଥାନା ପାଖକୁ ଆସି ଘେରାଉ କରିଥିଲେ। ସମର୍ଥକମାନେ ମେୟରଙ୍କ ଶବକୁ ରଖି ପୁଲିସ ବିରୋଧରେ ଜୋରଦାର ନାରାବାଜି କରିଥିଲେ । ଜିଲ୍ଲାପାଳ ଉଦୟନ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି। କଟିହାର ଏସପି କହିଛନ୍ତି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ପୁଲିସ ଏବେ ପଡୋଶୀ ଜିଲ୍ଲାକୁ ଯିବା ପାଇଁ ସମସ୍ତ ରାସ୍ତା ସିଲ୍ କରି ଦେଇଛି। ବିଭିନ୍ନ ସ୍ଥାନରେ ଏବେ ପୁଲିସ୍ ଟିମ୍ ରେଡ୍ କରୁଥିବା ସୂଚନା ରହିଛି। ଇତି ମଧ୍ୟରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ନଗର ଥାନା ଏବଂ ଏହାର ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକେ କହିଛନ୍ତି, ମେୟର ଶିବରାଜ ଓ୍ୱାର୍ଡ ନମ୍ୱର ୧୬ର କର୍ପୋରେଟର। ପ୍ରତିଦିନ ସନ୍ତୋଷୀ ମନ୍ଦିର ଯାଆନ୍ତି। ଗତକାଲି ମଧ୍ୟ ସେ ମନ୍ଦିର ଯାଇଥିଲେ। ମନ୍ଦିରରୁ ବାହାରିବା ପରେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ସେ ତାଙ୍କ ସୁରକ୍ଷାରେ ନିୟୋଜିତ ବଡି ଗାର୍ଡଙ୍କୁ ନେଇ ନଥିଲେ। ହେଲେ ତାଙ୍କ ସୁରକ୍ଷାରେ ଦୁଇ ଜଣ ବଡି ଗାର୍ଡ ସରକାରଙ୍କ ତରଫରୁ ନିୟୋଜିତ କରାଯାଇଛି।
ତେବେ ମେୟର ସାଙ୍ଗରେ ବଡି ଗାର୍ଡ ଆଣିନଥିଲେ ବୋଲି ଦୁର୍ବୃତ୍ତ ମାନେ ଜାଣିବାକୁ ପାଇଥିଲେ। ଯାହାର ଫାଇଦା ନେଇଥିଲେ। ମେୟର ଲୋକଙ୍କ ସହ କଥା ହୋଇ ନିଜ ଘର ଆଡକୁ ଆସୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ହଠାତ୍ ଗୁଳି ଚଳାଇଥିଲେ। ମୋଟ୍ ତିନୋଟି ଗୁଳି ଦୁର୍ବୃତ୍ତମାନେ ମାରିଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଗୁଳି ମେୟରଙ୍କ ଛାତିରେ ବାଜିବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ମେୟରଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଉଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ କହିଛନ୍ତି, ହସ୍ପିଟାଲ ନେବା ବାଟରେ ମେୟରଙ୍କର ମୃତ୍ୟୁ ଘଟିଛି।
The post ‘ସୁଶାସନ’ ସରକାରରେ ମେୟରଙ୍କୁ ମର୍ଡର appeared first on Odisha Reporter.
from Odisha Reporter https://ift.tt/3x8Ew7z
No comments:
Post a Comment