ଖସିଯିବାକୁ ବୋହୂ ଚାଲ୍ ଖେଳୁଛି: ସୌମ୍ୟଙ୍କ ବାପା-ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ଖସିଯିବାକୁ ବୋହୂ ଚାଲ୍ ଖେଳୁଛି: ସୌମ୍ୟଙ୍କ ବାପା-ମା’

ସୋର (ଓଡ଼ିଶା ରିପୋର୍ଟର): ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଉଠିଛି ସୌମ୍ୟଙ୍କ ପରକୀୟା ପ୍ରୀତି କଥା। ଆଉ ଏ କଥା ଉଠାଇଛନ୍ତି ଖୋଦ୍ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ଅନ୍ୟପକ୍ଷରେ ବିଦ୍ୟାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶାଶୁ-ଶ୍ୱଶୁର। ସେମାନେ କହିଛନ୍ତି, ଏ ମାମଲାରୁ ଖସି ଯିବାକୁ ବୋହୂ ଚାଲ୍ ଖେଳୁଛି।

ସୌମ୍ୟଙ୍କ ମା’ କହିଛନ୍ତି, ଏସବୁ କଥା ମିଛ। ଯଦି ମୋ ପୁଅର ଅନ୍ୟ କୌଣସି ଝିଅ ସହିତ ସଂପର୍କ ଥିଲା, ତା’ହେଲେ ସେ (ବୋହୂ ବିଦ୍ୟାଭାରତୀ) ତା’ ସହିତ ରହୁଥିଲା କେମିତି? ମୋତେ ପୂର୍ବରୁ ଜଣାଇ ନଥିଲା କାହିଁକି? ପୁଅ ୭ ଦିନ ହେଲାଣି ମଲାଣି, ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁ ନଥିଲା କାହିଁକି? ସେ (ସୌମ୍ୟ) କାହାକୁ ଭଲ ପାଉଥିଲେ ବାହାଘର ପାଇଁ ଝିଅ ଠିକ୍ କରିବାକୁ ତା’ ମାମୁ ମାନଙ୍କୁ କାହିଁକି କହିଥା’ନ୍ତା? ତା’ର ସାଙ୍ଗ ଅଛନ୍ତି। ସେମାନେ ଫୋନ୍‌ କରନ୍ତି। କିଏ ବାହା ହେଲେଣି, କିଏ ବାହା ହୋଇ ନାହାନ୍ତି। ତା’ ପାଖକୁ ରାଖୀ ପଠାନ୍ତି। ଭାଇଭଉଣୀ ହୋଇ ସେମାନେ ସବୁ ଏକାଠି ପାଠ ପଢ଼ୁଥିଲେ। ଯାହା ସହିତ କଥା ହେବା ଅର୍ଥ କ’ଣ ସେ ତାଙ୍କୁ ଭଲ ପାଉଥିଲା।

ସେହିପରି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି ଯେ ତାଙ୍କ ପୁଅ କାହାକୁ ଭଲ ପାଉ ନଥିଲେ। ସେ ସେମିତି ପିଲା ନଥିଲେ। ସେମାନେ ଖସି ଯିବାକୁ ଏମିତି ଚାଲ୍ କରୁଛନ୍ତି। ପୁଅର ମୃତ୍ୟୁ ପାଇଁ ବୋହୂ, ତାଙ୍କ ବାପାମା’, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ସଂପୂର୍ଣ୍ଣ ଭାବେ ଦାୟୀ।

ସୂଚନାଯୋଗ୍ୟ, ଆଜି ବିଦ୍ୟାଭାରତୀ ପଣ୍ଡା ବିଦ୍ୟାଭାରତୀ ପଣ୍ଡା ଗଣମାଧ୍ୟମ ଆଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ମୋବାଇଲ୍‌ରେ ଆଇ ଲଭ ୟୁ ଲେଖି ପଠାଉଥିଲେ। ତାଙ୍କ ସହିତ ଲୁଚି ଛପି କଥା ମଧ୍ୟ ହେଉଥିଲେ। ସୌମ୍ୟ ତାଙ୍କ ମୋବାଇଲ୍‌ର ପାସ୍‌ ୱାର୍ଡ ଚେଞ୍ଜ କରୁଥିଲେ। କଲ୍‌ ହିଷ୍ଟ୍ରୀ ଓ ହ୍ୱାଟ୍‌ସଆପ୍ ଚାଟ୍ ଡିଲିଟ୍ କରି ଦେଉଥିଲେ। ତେବେ ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଏହା ସହିତ ସେମାନଙ୍କ ମଧ୍ୟରେ ବାହାଘରକୁ ନେଇ ଏଗ୍ରିମେଣ୍ଟ ହୋଇଥିବା ଅଭିଯୋଗ ମିଛ ବୋଲି ବିଦ୍ୟା କହିଛନ୍ତି।

The post ଖସିଯିବାକୁ ବୋହୂ ଚାଲ୍ ଖେଳୁଛି: ସୌମ୍ୟଙ୍କ ବାପା-ମା’ appeared first on Odisha Reporter.



from Odisha Reporter https://ift.tt/36KQHga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages