ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ୍‌ ହିଜବୁଲ କମାଣ୍ଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ୍‌ ହିଜବୁଲ କମାଣ୍ଡର

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ସଂଗଠନ ହିଜବୁଲର ଟପ୍‌ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇ ନିହତ ହୋଇଛି। ଉତ୍ତର କଶ୍ମୀରର ହାଣ୍ଡୱାରା ଠାରେ ଘଟିଥିବା ଏନକାଉଣ୍ଟରରେ ମେହରାଜୁଦ୍ଦିନ ପ୍ରାଣ ହରାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

କଶ୍ମୀର ଜୋନ ପୁଲିସ୍‌ ଟ୍ୱିଟ କରି କହିଛି ଯେ “ଆତଙ୍କବାଦୀ ସଂଗଠନ ହିଜବୁଲର ମୁଜାହିଦ୍ଦିନର ଅନ୍ୟତମ ପୁରୁଣା ଓ ଟପ୍‌ କମାଣ୍ଡର ମେହରାଜୁଦ୍ଦିନ ହାଲୱାଇ ଓରଫ ଉବାଇଦ ହାଣ୍ଡୱାରା ଏନକାଉଣ୍ଟରରେ ନିହତ ହୋଇଛି। ସେ ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା।”


ସୂଚନା ଅନୁସାରେ, କିଛି ଆତଙ୍କବାଦୀ ପାଜିପୋରା-ରେନାନ ଠାରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କୀମାନେ ଏହା ଦେଖି ଖସି ଯିବାକୁ ଚେଷ୍ଟା କରିଥିଲେ। ଏପରି କି ସେମାନେ ଗୁଳିମାଡ଼ ମଧ୍ୟ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ବି ଏହାର ପାଲଟା ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ମେହରାଜୁଦ୍ଦିନ ନିହତ ହୋଇଛି। ମୃତଦେହ ନିକଟରୁ ଏକେ-୪୭ ଓ ବିସ୍ଫୋରକ ଜବତ ହୋଇଛି।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ୍‌ ହିଜବୁଲ କମାଣ୍ଡର appeared first on Odisha Reporter.



from Odisha Reporter https://ift.tt/2THheIo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages