‘ବିକାଶରେ ବାଧକ ସାଜିଛି ବର୍ଦ୍ଧିତ ଜନସଂଖ୍ୟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

‘ବିକାଶରେ ବାଧକ ସାଜିଛି ବର୍ଦ୍ଧିତ ଜନସଂଖ୍ୟା’

ଲକ୍ଷ୍ନୌ: ବଢ଼ୁଥିବା ଜନସଂଖ୍ୟାରେ ବିକାଶରେ ବାଧକ ସାଜିଛି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆହୁରି ଅଧିକ ଚେଷ୍ଟା ଜରୁରୀ। ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନୀତି ଆଣି ଏଭଳି କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଜନସଂଖ୍ୟା ନୀତ ୨୦୨୧-୩୦ ଘୋଷଣା କରିଛନ୍ତି ଯୋଗୀ। ସେ କହିଛନ୍ତି, ସମଗ୍ର ବିଶ୍ୱରେ ବଢ଼ୁଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ଆବଶ୍ୟକ ରହିଛି । ଏଥିଲାଗି ପ୍ରତି ସ୍କୁଲରେ ହେଲ୍‌ଥ କ୍ଲବ ସ୍ଥାପନ ଲାଗି ସେ କହିଛନ୍ତି।

ନୂତନ ନୀତିରେ ସମାଜର ସମସ୍ତ ବର୍ଗର ଯତ୍ନ ନିଆଯାଇଛି । ଏହା ସମସ୍ତଙ୍କ ଜୀବନରେ ସୁଖ ଆଣିଦେବ। ଗତ ଚାରି ଦଶନ୍ଧି ଧରି ଏହା ଉପରେ ଆଲୋଚନା ଚାଲିଥିଲା ବୋଲି ଯୋଗୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବର୍ଦ୍ଧିତ ଜନସଂଖ୍ୟା ଗରିବ ହେବାର ମୁଖ୍ୟ କାରଣ। ଗରିବୀ ଏବଂ ବଢ଼ୁଥିବା ଜନସଂଖ୍ୟା ଉଭୟ ପରସ୍ପର ସହ ଜଡିତ । ଏଥିସହ ଦୁଇଟି ଛୁଆ ମଧ୍ୟରେ ଗ୍ୟାପ୍ ରହିବା ଉଚିତ। ଯଦି ଦୁଇ ଛୁଆଙ୍କ ମଧ୍ୟରେ ଅନ୍ତରାଳ ନ ରହିବ ତେବେ ତାଙ୍କ ପୋଷଣ ଉପରେ ମଧ୍ୟ ଏହା ପ୍ରଭାବ ପକାଇବ।

୨୦୨୧-୩୦ପାଇଁ ପ୍ରସ୍ତାବିତ ନୀତି ମାଧ୍ୟମରେ, ପରିବାର ଯୋଜନା କାର‌୍ୟ୍ୟକ୍ରମ ଅଧୀନରେ ଦିଆଯାଇଥିବା ଗର୍ଭନିରୋଧକ ପଦକ୍ଷେପଗୁଡ଼ିକର ଉପଲବ୍ଧତା ବୃଦ୍ଧି ଏବଂ ନିରାପଦ ଗର୍ଭପାତ ପାଇଁ ଉପଯୁକ୍ତ ବ୍ୟବସ୍ଥା ଯୋଗାଇବା ପାଇଁ ପ୍ରୟାସ କରାଯିବ।

ଏଥି ସହିତ, ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମାଧ୍ୟମରେ ନପୁଂସକତା / ବନ୍ଧ୍ୟାକରଣ ସମସ୍ୟାର ସମାଧାନ, ନବଜାତକ ମୃତ୍ୟୁ ହାର, ମାତୃ ମୃତ୍ୟୁହାର ହ୍ରାସ କରି ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ମଧ୍ୟ ଉଦ୍ୟମ କରାଯିବ।

ସୂଚନା ମୁତାବକ ଏହି ନୂଆ ନିୟମ ଅନୁଯାୟୀ, ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତି ସରକାରୀ ଯୋଜନାର ଲାଭ ପାଇବେ ନାହିଁ। ସେହି ବ୍ୟକ୍ତି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ କିମ୍ବା କୌଣସି ସ୍ଥାନୀୟ ନିର୍ବାଚନ ଲଢ଼ି ପାରିବେ ନାହିଁ।

The post ‘ବିକାଶରେ ବାଧକ ସାଜିଛି ବର୍ଦ୍ଧିତ ଜନସଂଖ୍ୟା’ appeared first on Odisha Reporter.



from Odisha Reporter https://ift.tt/2TXc4bm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages