ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କୀ ବିରୋଧୀ ଅଭିଯାନକୁ ପୁଣି ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସେହିପରି ସର୍ଚ୍ଚ ଅପରେସନକୁ ବିଭିନ୍ନ ସ୍ଥାନରେ ଜୋରଦାର କରାଯାଇଛି।

କଶ୍ମୀର ପୁଲିସ୍‌ ଟ୍ୱିଟ କରି କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ କଶ୍ମୀରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଓ ପୁଲିସ୍‌ ପକ୍ଷରୁ ଏହି ଅପରେସନ କରାଯାଉଛି। ବୁଧବାର ବିଳମ୍ବିତ ରାତିରୁ ପୁଲୱାମାର ପୁଚାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାକୁ ମିଶାଇ ୨୪ ଘଣ୍ଟାରେ ୫ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ଏହି ଅଞ୍ଚଳରେ ଆଉ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ ହେଁ ସେମାନଙ୍କ ପରିଚୟ ମିଳିପାରି ନାହିଁ।


ଏହାପୂର୍ବରୁ କୁଲଗାମରେ ଜୋଦୂର ଠାରେ ଦୁଇଟି ଭିନ୍ନଭିନ୍ନ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନଙ୍କ ମୃତଦେହକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ଏହି ଦୁଇ ନିହତ ଆତଙ୍କବାଦୀ କଶ୍ମୀରରେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ପାଇଁ କାମ କରୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଲସ୍କରର ଜଣେ ଟପ୍‌ କମାଣ୍ଡର ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲା।

The post ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି appeared first on Odisha Reporter.



from Odisha Reporter https://ift.tt/3dTcBC6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages