ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ନବମ କିମ୍ୱା ଏହାର ପରବର୍ତ୍ତୀ କିସ୍ତି ଅଗଷ୍ଟରେ ଯେକୌଣସି ସମୟରେ ଆସିପାରେ। ଜୁଲାଇ ୩୧ରେ ପୂର୍ବ କିସ୍ତି ଆସିବ। ତେବେ ଜୁଲାଇ ୨୦, ୨୦୨୧ ଯାଏ ପିଏମ୍ କିଷାନ ପୋର୍ଟାଲରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୭ ଲକ୍ଷରୁ ଅଧିକ ଚାଷୀଙ୍କ ସହ ଟ୍ରାଞ୍ଜାକସନ ବିଫଳ ହୋଇଛି। ଅର୍ଥାତ୍ ସରକାର ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ କିନ୍ତୁ କୌଣସି କାରଣରୁ ଏହା ପହଞ୍ଚି ନଥିଲା।
ସେହିପରି ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାର ମାନେ ମିଶି ୧ କୋଟି ୯୫ ଲକ୍ଷ ଟ୍ରାଞ୍ଜାକସନ ବନ୍ଦ କରି ଦେଇଛନ୍ତି। ସେହିପରି ପିଏଫଏମଏସରୁ ୩୧ ଲକ୍ଷରୁ ଅଧିକ ଚାଷୀଙ୍କ ତଥ୍ୟ ପ୍ରାଥମିକ ସ୍ତରରେ ବାତିଲ କରାଯାଇଛି। ୧୨ କୋଟିରୁ ଅଧିକ ୩୬ ଲକ୍ଷ ତଥ୍ୟ ମଧ୍ୟରୁ କେବଳ ୨ କୋଟି ୮୧ ଲକ୍ଷରେ ସଂଶୋଧନ କରାଯାଇଛି।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ଚାଷୀଙ୍କ ତାଲିକା ଯାଞ୍ଚ ହୋଇଥିଲା। ଏଥିରେ ଆବେଦନଗୁଡ଼ିକରେ ପିଏଫଏମଏସ ଫଣ୍ଡରୁ ଟଙ୍କା ପଠାଇବା ସମୟରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ କିସ୍ତି ଟଙ୍କା ଦିଆଯାଇ ପାରି ନାହିଁ। ଏହି କାରଣରୁ ଏବେ ତ୍ରୁଟି ସଂଶୋଧନ ପାଇଁ କୁହାଯାଇଛି।
ତ୍ରୁଟି ସୁଧାରିବା ଜରୁରୀ
ଚାଷୀଙ୍କ ନାମ “ଇଂରାଜୀ”ରେ ଲେଖା ହେବା ଉଚିତ। ଯେଉଁ ଚାଷୀ ତାଙ୍କ ନାମ “ହୀନ୍ଦିରେ”ରେ ଲେଖିଥିବେ ସେମାନେ ତାଙ୍କ ନାମ ଇଂରାଜୀରେ ଲେଖିବା ଜରୁରୀ। ଆବେଦନପତ୍ରରେ ଆବେଦନକାରୀଙ୍କ ନାମ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆବେଦନକାରୀଙ୍କ ନାମ ଭିନ୍ନ ଥିଲେ ପରିବର୍ତ୍ତନ କରିବା ଜରୁରୀ। ହିତାଧିକାରୀ ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି ସେଠାକୁ ଯାଇ ଯାଇ ଆଧାରରେ ଦିଆଯାଇଥିବା ନାମ ଏବଂ ଆବେଦନ ଅନୁଯାୟୀ ଦିଆଯାଇଥିବା ନାମ ପଞ୍ଜିକରଣ କରିବାକୁ ହେବ। IFSC କୋଡ୍ ଭୁଲ୍ ଥିଲେ ଠିକ୍ କରିବା ଜରୁରୀ। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଲେଖିବାରେ ଭୁଲ୍ ଥିଲେ ସଂଶୋଧନା କରିବ ଜରୁରୀ। ସେହିପରି ଠିକଣାର ନାମ ଏବଂ ବନାନ ସଠିକ୍ ରହିବା ଦରକାର। ଆଧାର ଯାଞ୍ଚ ପାଇଁ ଚାଷୀମାନେ ସେମାନଙ୍କର ନିକଟତମ ସହଜ କେନ୍ଦ୍ର ସହିତ ଯୋଗାଯୋଗ କରିବା ଉଚିତ୍।
The post ୨୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକସନ ଫେଲ୍ appeared first on Odisha Reporter.
from Odisha Reporter https://ift.tt/2TtiOO3
No comments:
Post a Comment