କେନ୍ଦ୍ରରେ ଗଠନ ହେଲା ନୂଆ ମନ୍ତ୍ରଣାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

କେନ୍ଦ୍ରରେ ଗଠନ ହେଲା ନୂଆ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ କେନ୍ଦ୍ର ସରକାର ’ସହଯୋଗ’ ନାଁରେ ଗୋଟିଏ ନୂଆ ମନ୍ତ୍ରଣାଳୟ ଗଠନ କରିଛନ୍ତି। ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ଓ ଏହାକୁ ନୀତିଗତ ଢାଞ୍ଚା ଦେବାକୁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହି ନୂଆ ମନ୍ତ୍ରଣାଳୟର ମନ୍ତ୍ରୀ କିଏ ହେବେ, ସେକଥା ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଜଣାପଡ଼ିବ।

କ୍ୟାବନେଟ ସଚିବଙ୍କ ପକ୍ଷରୁ ଜାରି ରିଲିଜ୍‌ରେ କୁହାଯାଇଛି ଯେ ସହଯୋଗରୁ ସମୃଦ୍ଧି ଲକ୍ଷ୍ୟ ହାସଲ କରିବା ପାଇଁ ଏପରି ଏକ ମନ୍ତ୍ରଣାଳୟ ଗଠନ କରାଯାଇଛି। ଏହା ଏକ ଐତିହାସିକ ପଦକ୍ଷେପ। ଦେଶର ସମବାୟ ଆନ୍ଦୋଳନକୁ ଏହି ମନ୍ତ୍ରଣାଳୟ ପ୍ରଶାସନିକ, ଆଇନଗତ ଓ ନୀତିଗତ ଢାଞ୍ଚା ଯୋଗାଇ ଦେବାରେ ସହାୟତା କରିବା। ତୃଣମୂଳ ସ୍ତରରେ ଲୋକଙ୍କୁ ସମବାୟ ଆନ୍ଦୋଳନ ଜରିଆରେ ସୁବିଧା ଯୋଗାଇ ଦେବାରେ ସହଯୋଗ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି।

ଚଳିତ ବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସହଯୋଗ ମନ୍ତ୍ରଣାଳୟ ଗଠନ ହେବ ବୋଲି ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ କେନ୍ଦ୍ର ସରକାର ସହଯୋଗ ମନ୍ତ୍ରଣାଳୟ ଗଠନ କରିଛନ୍ତି।

The post କେନ୍ଦ୍ରରେ ଗଠନ ହେଲା ନୂଆ ମନ୍ତ୍ରଣାଳୟ appeared first on Odisha Reporter.



from Odisha Reporter https://ift.tt/3woWkLr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages