ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆଜି ତଦନ୍ତ ପରିସରକୁ ଆସିପାରନ୍ତି ଡିଏଫ୍ଓ ଏବଂ ଗୁରାଣ୍ଡି ଥାନା । ଓଆଇସି ପାରଳାଖେମୁଣ୍ଡି ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପଚରାଉଚରା କରିପାରେ। ସୌମ୍ୟରଂଜନଙ୍କ ମୃତ୍ୟୁ ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ । ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ସେହିପରି ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଆଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟଙ୍କ ବାପା। ଗତକାଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବାଲେଶ୍ୱର ଓ କପ୍ତିପଦାରେ ସୌମ୍ୟଙ୍କ ପରିବାର ଏବଂ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା ସହ ତଦନ୍ତ କରି ଫେରିଥିଲେ । ଏହାପରେ ପାରଳାଖେମୁଣ୍ଡି ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଆଲୋଚନା କରିଥିଲେ।
The post ଡିଏଫଓ ଏବଂ ଓଆଇସିଙ୍କୁ ଆଜି ହୋଇପାରେ ଜେରା appeared first on Odisha Reporter.
from Odisha Reporter https://ift.tt/3kF1u3K
No comments:
Post a Comment