ଆଉ ୬୫ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 10, 2021

ଆଉ ୬୫ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଆଉ ୬୫ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି।

ଏହି ୬୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି। ସେହିପରି ପୁରୀ, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରୁ ୬ ଜଣ ଲେଖାଏଁ ଥିବା ବେଳେ ଅନୁଗୋଳ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୪, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫୬ରେ ପହଞ୍ଚିଥିବା ବେଳେ ପୁରୀରେ ୨୭୯,କେନ୍ଦୁଝରରେ ୮୮, ବରଗଡ଼ରେ ୧୯୧, ଅନୁଗୋଳରେ ୧୯୨, ମୟୂରଭଞ୍ଜରେ ୧୫୫, ନୟାଗଡ଼ରେ ୧୨୮, ସୁନ୍ଦରଗଡ଼ରେ ୩୯୮,କେନ୍ଦ୍ରାପଡ଼ାରେ ୧୦୦, ଗଞ୍ଜାମରେ ୩୭୯, ବାଲେଶ୍ୱରରେ ୧୩୫, ବଲାଙ୍ଗିରରେ୮୩, ବୌଦ୍ଧରେ୮୬, କଟକରେ ୩୦୮, ଜଗତସିଂହପୁରରେ ୮୧, ଝାରସୁଗୁଡ଼ାରେ ୧୩୨, କଳାହାଣ୍ଡିରେ ୧୮୮, କନ୍ଧମାଳରେ ୫୩ ଓ ସମ୍ବଲପୁରରେ ୧୪୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨ ଜଣ ଅଛନ୍ତି। ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯ ହଜାର ୬୩୯ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୨୫ ହଜାର ୪୬୧ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଆଉ ୬୫ କରୋନା ମୃତକଙ୍କ ସଂପର୍କରେ ସୂଚନା ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/3k9giY2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages