ବାଙ୍ଗଲୋର: ହୋଟେଲ ବିଲ୍କୁ ରାଉଣ୍ଡ କରିବାକୁ ବଢ଼ାଯାଇଥିବା ୪୦ ପଇସାକୁ ନେଇ ହୋଟେଲ ମ୍ୟାନେଜରଙ୍କୁ କୋର୍ଟକୁ ଟାଣିଛନ୍ତି ଜଣେ ଗରାଖ। ଏପରି ଘଟଣା ଘଟିଲା କର୍ଣ୍ଣାଟକ ରାଜଧାନୀ ବାଙ୍ଗାଲୋରରେ। ଅଭିଯୋଗକାରୀ ହେଉଛନ୍ତି ଜଣେ ଓକିଲ ଓ ଅନ୍ୟ ଜଣେ ସାମାଜିକ କର୍ମୀ।
ସାମାଜିକ କର୍ମୀ ଟି. ନରସିମହା କରିଥିବା ଅଭିଯୋଗ ଅନୁଯାୟୀ, ସେ ବାଙ୍ଗାଲୋର ସହରସ୍ଥିତ ଏକ ହୋଟେଲକୁ ଯାଇଥିଲେ । ସେଠାରେ ତାଙ୍କର ବିଲ୍ ୨୬୪.୬୦ ଟଙ୍କା ହୋଇଥିଲା। ହୋଟେଲ କର୍ତ୍ତୃପକ୍ଷ ୪୦ ପଇସା ବଢ଼ାଇ ଏହି ବିଲ୍କୁ ୨୬୫ ଟଙ୍କା କରିଦେଲେ। ଫଳରେ ତାଙ୍କୁ ଆଉ ଅଧିକ ୪୦ ପଇସା ଗଣିବାକୁ ପଡ଼ିଲା ବୋଲି ଅଭିଯୋଗ ଆଣିଛନ୍ତି ।
ଏନେଇ ସେ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ଏହାପରେ ଏହି ମାମଲାକୁ ସେ କୋର୍ଟକୁ ଟାଣିଥିଲେ।
ଟି. ନରସିମହା କରିଥିବା ଅଭିଯୋଗ ଅନୁଯାୟୀ, ଯଦି ଏକ ହୋଟେଲ କର୍ତ୍ତୃପକ୍ଷ ପ୍ରତି ଗ୍ରାହକଠାରୁ ଜୋର ଜବରଦସ୍ତି ୪୦ କିମ୍ବା ୫୦ ପଇସା ଅଧିକ ଜମା କରୁଛନ୍ତି , ତେବେ ସେମାନେ ବର୍ଷକୁ ଏପରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଗତ ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି।
ଏନେଇ ବାଙ୍ଗାଲୋର ହୋଟେଲ ଆସୋସିଏଶନର ଜଣେ ସଦସ୍ୟ କହିଛନ୍ତି, ଏହା ପଛରେ କୌଣସି ଷଡଯନ୍ତ୍ର କିମ୍ବା ଶୋଷଣ ମନୋବୃତ୍ତି ନାହିଁ। ଯେହେତୁ ୫୦ ପଇସାର କଏନ ଏବେ ଚଳୁନି କିମ୍ବା ୧ ଟଙ୍କାରୁ କମ୍ ମୂଲ୍ୟର କୌଣସି କଏନ୍ ଉପଲବ୍ଧ ନାହିଁ ସେଥିପାଇଁ ନିକଟତମ ରାଶି ସହିତ ଏହାକୁ ମିଶାଇ ଦିଆଯାଇ ରାଉଣ୍ଡ କରି ଦିଆଯାଉଛି। ଯଦି କେଉଁଠି ବିଲ୍ ୨୬୪.୫୦ ପଇସା ହେଉଛି, ଆମେ ୨୬୪ ଟଙ୍କା ରଖୁଛୁ। ତେଣୁ ଆସୋସିଏସନ୍ର ଆଗାମୀ ମିଟିଂରେ ଏ ବିଷୟରେ ଚର୍ଚ୍ଚା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
The post ୪୦ ପଇସା ଅଧିକ ହୋଟେଲ ବିଲ୍ ଗଣିଲେ ଗରାଖ, ଶେଷରେ ମ୍ୟାନେଜରଙ୍କୁ କୋର୍ଟକୁ ଟାଣିଲେ appeared first on Odisha Reporter.
from Odisha Reporter https://ift.tt/3dIEIUl
No comments:
Post a Comment