ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନ୍ ଲୁଟେରାଙ୍କ ଜାଲରେ ପଡ଼ିଲେ ବ୍ଲାକ ଫଙ୍ଗସ୍ ରୋଗୀ । ଅନଲାଇନ୍ରେ ଇଂଜେକ୍ସନ କିଣିବାକୁ ଯାଇ ଖାଲି ହୋଇଗଲା ଆକାଉଣ୍ଟା। ଆକାଉଣ୍ଟରୁ ୪୮ ହଜାର ଟଙ୍କା ଗାଏବ ହୋଇଗଲା ହେଲେ ମିଳିଲାନି ଇଞ୍ଜେକସନ। ଗତକାଲି ଆକାଉଣ୍ଟରୁ ୬୦ ହଜାର ଗାଏବ ହୋଇଥିବା ନେଇ ଜଣେ ଶିକ୍ଷୟିତ୍ରୀ ଅଭିଯୋଗ କରିବା ପରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି ଠକାମୀର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଅଂଚଳର ଅଜୟ ଭୂୟାଁ ନାମକ ବ୍ୟକ୍ତି ବ୍ଲାକ ଫଙ୍ଗସ୍ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ଲାଗି ଆବଶ୍ୟକ ହେଉଥିବା ଏକ ଇଂଜେକ୍ସନ୍ ଖୋଜିଖୋଜି ପାଇ ନ ଥିଲେ ରୋଗୀଙ୍କ ସମ୍ପର୍କୀୟ। ଶେଷରେ ଏହା ଅନଲାଇନ୍ରେ ମିଳୁଥିବା କହି ଏକ ମୋବାଇଲ୍ ଲିଙ୍କ୍ ପଠାଇଥିଲେ ଏମ୍ସର ଜଣେ ନର୍ସ ।
ଅନଲାଇନ୍ରେ ଇଂଜେକ୍ସନ ମିଳୁଥିବା ଦେଖି ଏହା କିଣିବାକୁ ଯାଇ ୪୮ ହଜାର ଟଙ୍କାର ଠକାମୀର ଶିକାର ହୋଇଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଟଙ୍କା ଠକିଥିବା ଲୁଟେରା ସେମାନଙ୍କ ମୋବାଇଲ ସ୍ୱିଚ୍ ଅଫ୍ କରିଥିବା ଜଣାପଡିଛି । ଚିକିତ୍ସା ଲାଗି ଆସି ରୋଗୀ ଠକାମୀର ଶିକାର ହେଉଥିବାରୁ ସରକାର ଏଥିପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ।
ସୂଚନାଯୋଗ୍ୟ, ଗତକାଲି ଜଣେ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ସାଇବର ଠକ ୪ଟି ପର୍ଯ୍ୟାୟରେ ୬୦,୦୦୦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ଶିକ୍ଷୟିତ୍ରୀ ଜଣକ କମିଶନ୍ରେଟ୍ ପୁଲିସର ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଏପର୍ଯ୍ୟନ୍ତ ନା ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି ନା ଲୁଟ୍ ହୋଇଥିବା ଟଙ୍କା ଫେରାଇ ପାରିଛି।
The post ଇଞ୍ଜେକସନ ଦେବା ନାଁରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଆକାଉଣ୍ଟରୁ ୪୮ ହଜାର ଗାଏବ appeared first on Odisha Reporter.
from Odisha Reporter https://ift.tt/3he8MJK
No comments:
Post a Comment