ଗୌହାଟି: ଦେଶରେ ମୁସଲମାନଙ୍କ ଜନସଂଖ୍ୟା ବଢ଼ାଇବାକୁ ପ୍ରୟାସ ହେଉଛି। ୧୯୩୦ ମସିହା ପାଖରୁ ଏପରି ପ୍ରୟାସ କରାଯାଉଛି। ଏଭଳି ପ୍ରୟାସର ଉଦ୍ଦେଶ୍ୟ ଭାରତରେ ମୁସଲମାନଙ୍କ ସଂଖ୍ୟା ବଢ଼ାଯାଇ ଏହାକୁ ପାକିସ୍ତାନ ଭଳି ଦେଶରେ ପରିଣତ କରିବାକୁ କିଛି ଗୋଷ୍ଠୀ ଯୋଜନା କରୁଛନ୍ତି। ରାଷ୍ଟ୍ରୀୟ ସ୍ୱୟମ ସେଭକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଦୁଇ ଦିନିଆ ଆସାମ ଗସ୍ତରେ ଆସି ବୁଧବାର ଗୌହାଟି ଏହା କହିଛନ୍ତି।
ସେ କହିଛନ୍ତି, ଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ାଯାଇ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି। ତେଣୁ ଅଧିକ ଜନସଂଖ୍ୟା ବଢ଼ାଇବାକୁ ମୁସଲମାନ ବର୍ଗ ଗୁରୁତ୍ୱ ଦେଇଛନ୍ତି। ପଞ୍ଜାବ, ସିନ୍ଧ, ଆସାମ ଏବଂ ବେଙ୍ଗଲରେ ଏଭଳି ପ୍ରୟାସ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଅଧିକ ରହିଛି।
ଆରଏସଏସ ମୁଖିଆ ଏହି ଅବସରରେ କହିଛନ୍ତି ସିଏଏ ଏବଂ ଏନଆରସି କୌଣସି ଭାରତୀୟ ତଥା ଭାରତରେ ବସବାସ କରୁଥିବା କୌଣସି ଧର୍ମର ନାଗରିକଙ୍କୁ କ୍ଷତି ପହଞ୍ଚାଇବ ନାହିଁ। ସେହି ବ୍ୟକ୍ତି ମୁସଲମାନ ଧର୍ମର ହୋଇଥିଲେ ମଧ୍ୟ ସେ ଏହି ସିଏଏ ଦ୍ୱାରା ପ୍ରଭାବିତ ହେବେ ନାହିଁ। କିନ୍ତୁ କିଛି ବର୍ଗ ଏହାକୁ ରାଜନୀତିକ ଉଦ୍ଦେଶ୍ୟ ରଖି ଆଇନ ବିରୋଧରେ ଗୋଟିଏ ଏଜେଣ୍ଡାକୁ ବିସ୍ତାର କରୁଛନ୍ତି। ଯେଉଁଥିପାଇଁ ଏହାକୁ ନେଇ ମୁସଲମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
#WATCH | There has been an organised attempt to increase Muslim population since 1930, with a motive of establishing their dominance & make this country Pakistan. It was planned for Punjab, Sindh, Assam, & Bengal & it succeeded to a certain extent: RSS chief Mohan Bhagwat pic.twitter.com/dclOYBb7zh
— ANI (@ANI) July 21, 2021
ଦେଶ ସ୍ୱାଧୀନ ପାଇବା ପରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଦେଶର ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଯୋଗାଇବା ସିହତ ସେମାନଙ୍କର ଯତ୍ନ ନିଆଯିବ ବୋଲି ସେ କହିଛନ୍ତି। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ। କୌଣସି ମୁସଲମାନ ସିଏଏ ପାଇଁ ନାଗରିକତ୍ୱ ହରାଇବେ ନାହିଁ। କରୋନା ମହାମାରୀ ବେଳେ ମଧ୍ୟ ସରକାର ଏହି ବର୍ଗର ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।
ସିଏଏ ଏବଂ ଏନଆରସି କୌଣସି ଭାରତୀୟଙ୍କ ବିରୋଧରେ ତିଆରି ହୋଇନାହିଁ। ୧୯୫୦ରେ ନେହରୁ-ଲିଆକ୍ତ ଚୁକ୍ତି ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଭାରତ ଏବଂ ପାକିସ୍ତାନ ନିଜ ନିଜ ଦେଶର ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଯୋଗାଇ ଦେବେ। ଯଦିଓ ଭାରତକୁ ଏହାକୁ ଅନୁସରଣ କରୁଛି ହେଲେ ପାକିସ୍ତାନ ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ବୋଲି ଆରଏସଏସ ମୁଖିଆ କହିଛନ୍ତି।
ଭାରତ ବାହାର ଦେଶର ଲୋକଙ୍କୁ ସବୁବେଳେ ସ୍ୱାଗତ କରେ। ହେଲେ ଏଠିକାର କିଛି ବ୍ୟକ୍ତି ସେହି ଲୋକଙ୍କୁ ଖାଦ୍ୟ, ଚଳଣି ଏବଂ ଧର୍ମ ଆଧାରରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ହେବା ଦ୍ୱାରା ସେମାନେ ଭୟରେ ଅଛନ୍ତି ବୋଲି ଭାଗବତ କହିଛନ୍ତି।
The post ‘ମୁସଲମାନଙ୍କ ସଂଖ୍ୟା ବଢ଼ାଇ ଭାରତକୁ ପାକିସ୍ତାନ କରିବାକୁ ପ୍ରୟାସ ହେଉଛି’ appeared first on Odisha Reporter.
from Odisha Reporter https://ift.tt/3rpo4ih
No comments:
Post a Comment