ବଲାଙ୍ଗିର ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା? କାହିଁକି ସୌମ୍ୟଙ୍କୁ ଦିଆଯାଇଥିଲା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ବଲାଙ୍ଗିର ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା? କାହିଁକି ସୌମ୍ୟଙ୍କୁ ଦିଆଯାଇଥିଲା ଧମକ

ସୋର (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ୍‌ର ତଦନ୍ତ ଚାଲିଥିବା ବେଳେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି।

ଆଜି ପାରଳାଖେମୁଣ୍ଡି ପୁଲିସ୍ ସୌମ୍ୟରଞ୍ଜନଙ୍କର ବାଲେଶ୍ୱର ଜିଲ୍ଲା ଖଇରା ସ୍ଥିତ ଘରେ ପହଞ୍ଚି ତାଙ୍କ ମା’, ମାଇଁ ଓ ମାମୁଙ୍କୁ ପଚରାଉଚରା କଲା ବେଳେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି।

ସୌମ୍ୟରଞ୍ଜନଙ୍କ ମା’ ପୁଲିସ୍‌କୁ ଦେଇଥିବା ବୟାନ ଆଧାରରେ ତାଙ୍କ ମାମୁ କହିଛନ୍ତି, ବାହାଘର ପରେ ବୋହୂ (ବିଦ୍ୟାଭାରତୀ ପଣ୍ଡା) ବଲାଙ୍ଗିରରେ ଗୋଟିଏ ବ୍ୟାଚଲର ପାର୍ଟି ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ। କିନ୍ତୁ ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ବିଦା କରି ଦେଇଥିଲେ।

ସୌମ୍ୟରଞ୍ଜନ ସେଠାରୁ ଫେରି ଆସିବା ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା। ବିଦ୍ୟାଭାରତୀ ସେହି ମେସେଜରେ ଟଙ୍କା ପଠାଇବାକୁ କହିଥିଲେ। ହେଲେ ଟଙ୍କା ନଥିବା ସୌମ୍ୟରଞ୍ଜନ କହିଥିଲେ। କିନ୍ତୁ ଟଙ୍କା ନ ପଠାଇଲେ କିଛି ଫଟୋ ପଠାଇବେ ବୋଲି ବୋହୂ ଧମକ ଦେଇଥିଲେ। ଆଉ ତା’ ପରେ ପରେ ଏକ ଫଟୋ ସୌମ୍ୟରଞ୍ଜନଙ୍କ ମୋବାଇଲ୍‌କୁ ଆସିଥିଲା। ସେଥିରେ ବୋହୂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୁଣ୍ଢେଇ ଧରିଥିବା ଦେଖିବାକୁ ମିଳିଥିଲା। ଏହି ଫଟୋ ଏବେବି ସୌମ୍ୟରଞ୍ଜନଙ୍କ ମୋବାଇଲ୍‌ରେ ଅଛି ବୋଲି ତାଙ୍କ ମାମୁ କହିଛନ୍ତି।

ବଲାଙ୍ଗିରରେ ବ୍ୟାଚ୍‌ଲର ପାର୍ଟି କରିବା ଅବସରରେ ବିଦ୍ୟାଭାରତୀ କେଉଁଠି ରହିଲେ, କେଉଁଠି ଖାଇଲେ ଓ ସେଠାରେ କ’ଣ ଘଟିଲା, ପୁଲିସ୍‌ ତା’ର ତଦନ୍ତ କରୁ ବୋଲି ସୌମ୍ୟରଞ୍ଜନଙ୍କ ମାମୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଆଜି ପୁଲିସ୍ ଡିଜିଙ୍କୁ ଭେଟି ଏହି ଘଟଣାର ତଦନ୍ତରେ କିପରି ପୂରା ନିରପେକ୍ଷତା ଅବଲମ୍ବନ କରାଯିବ, ସେ ଦିଗରେ ଜୋର ଦେବାକୁ ଦାବି କରିଛନ୍ତି। ଏହା ସହିତ ତିନି ଅଭିଯୁକ୍ତ- ବୋହୂ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରୁ ତଦନ୍ତ ପାଇଁ ଆସିଥିବା ଟିମ୍ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

The post ବଲାଙ୍ଗିର ବ୍ୟାଚଲର ପାର୍ଟିରେ କ’ଣ ଘଟିଥିଲା? କାହିଁକି ସୌମ୍ୟଙ୍କୁ ଦିଆଯାଇଥିଲା ଧମକ appeared first on Odisha Reporter.



from Odisha Reporter https://ift.tt/3ioydrf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages