ଜଗନ୍ନାଥର ଛାତି ଥରା ଯୋଜନା…ଚକୋଲେଟ, ଥଣ୍ଡା, ଛୁରି, ବିଷ ଓ ସିନ୍ଦୂର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 21, 2021

ଜଗନ୍ନାଥର ଛାତି ଥରା ଯୋଜନା…ଚକୋଲେଟ, ଥଣ୍ଡା, ଛୁରି, ବିଷ ଓ ସିନ୍ଦୂର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ଜେଲ୍ ଗଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ।  ଜଗନ୍ନାଥକୁ କୋର୍ଟରେ ହାଜର କରାଯିବା ପରେ ଭୁବନେଶ୍ୱର ଝାରପଡ଼ା ଜେଲକୁ ପଠାଯାଇଛି। ଗତ ଜୁଲାଇ ୫ ତାରିଖରେ ଘଟଣାସ୍ଥଳରୁ ହାତକଟା ଅବସ୍ଥାରେ ଉଦ୍ଧାର ଅଭିଯୁକ୍ତ ଜଗନ୍ନାଥକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଡିସଚାର୍ଜ ହେବା ପରେ ଗିରଫ କରି ଏୟାର୍ଫିଲ୍ଡ ଥାନାରେ ଜେରା କରାଯାଇଥିଲା । ସେ ହିଁ ପ୍ରିୟଙ୍କାଙ୍କୁ ମର୍ଡର କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ପୁଲିସ କହିବା ଅନୁଯାୟୀ, ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ଜଗନ୍ନାଥ ପ୍ରିୟଙ୍କାଙ୍କୁ  ହତ୍ୟା କରିବା ପାଇଁ ସ୍ଥିର କରିସାରିଥିଲା ଜଗନ୍ନାଥ। ଆଉ ଏଥିପାଇଁ ପୂର୍ବ ଯୋଜନା ମଧ୍ୟ ସରିଥିଲା। ଦୋକାନରୁ ଛୁରି, ବିଷ, ଥଣ୍ଡା, ସିନ୍ଦୂର ଏପରିକି ଛୁଆ ପାଇଁ କିଣିଥିଲା ଚକୋଲେଟ୍, । ଏହା ସହିତ ହତ୍ୟା ପରେ ନିଜ ମଧ୍ୟ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବାରୁ ଜଗନ୍ନାଥ ଏକ ଚିଠି ୪ଦିନ ପୂର୍ବରୁ ଲେଖି ରଖିଥିବା ପୁଲିସ ଆଗରେ କହିଛି।

ଜଗନ୍ନାଥ ଓ ପ୍ରିୟଙ୍କା(ଫାଇଲ ଫଟୋ)

ଘଟଣା ଦିନ ସକାଳ ପ୍ରାୟ ୯ଟା ବେଳେ ରିଙ୍କିଙ୍କ ସ୍ୱାମୀ ଅଫିସ୍ ବାହାରିଯିବା ପରେ ପରେ ସେ ଭୀମଟାଙ୍ଗି ଲେନ୍‌-୧ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା। ସେହି ସମୟରେ ରିଙ୍କି ଓ ତାଙ୍କ ପୁଅ ସାଙ୍ଗରେ ଥିଲେ। ଜଗନ୍ନାଥ ଉଭୟଙ୍କ ସହ  ଏକ ସେଲ୍‌ଫି ନେଇଥିଲା। ଏହା ପରେ ସେ  ପ୍ରିୟଙ୍କାଙ୍କୁ ତା’ ସହ ପଳାଇଯିବାକୁ ବୁଝାଇଥିଲା। ମାତ୍ର ପ୍ରିୟଙ୍କା ଅରାଜି ହେବାରୁ ଉଭୟଙ୍କ ମଧ୍ୟରେ କଳହ ବଢ଼ିଥିଲା।

ଏହି ସମୟରେ ଭଡ଼ାଘର ମାଲିକ ତାଙ୍କ ଘରକୁ ଆସିଥିଲେ। କବାଟ ଠକ୍ ଠକ୍ ଶବ୍ଦ ଶୁଣି ଜଗନ୍ନାଥ ବାଥରୁମ୍‌କୁ ଯାଇ ଲୁଚିଯାଇଥିଲା। ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇଯାଇଥିଲେ।  ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ।

ପରେ ରିଙ୍କିଙ୍କ ସହ ଝଗଡ଼ା କରିଥିଲା । ପ୍ରିୟଙ୍କାଙ୍କୁ ତାଙ୍କ ସାଥିରେ ଚାଲିଯିବାକୁ ବାଧ୍ୟ କରିଥିଲା ଜଗନ୍ନାଥ।  ପ୍ରିୟଙ୍କା ରାଜି ନହେବାରୁ ତାଙ୍କ ସହ ଭୀଷଣ ଝଗଡ଼ା କରିଥିଲାପରେ ସେ ପ୍ରିୟଙ୍କାଙ୍କ ଗଳାକାଟି ହତ୍ୟା କରିବା ପରେ ତାଙ୍କୁ ଘୋଷାରି ଘୋଷାରି ଭିତର ଘରକୁ ନେଇଥିଲା। ସେଠାରେ ତାଙ୍କ ମଥାରେ ସିନ୍ଦୂର ଲଗେଇବା ସହ ତାଙ୍କ ଶବ ଫଟୋ ଉଠାଇ ହ୍ବାଟ୍‌ସଆପ୍‌ରେ ତାଙ୍କ ସ୍ୱାମୀ ପାଖକୁ ପଠାଇଥିଲା। ଏହାପରେ ସେ ସାଙ୍ଗରେ ଆଣିଥିବା କୋଲଡ୍ରିଙ୍କସରେ ବିଷ ମିଶାଇ ପିଇବା ସହ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ତେବେ ଘର ମାଲିକ ଦହିବରା ପାଇଁ ୩ ବର୍ଷର କୁନି ପୁଅକୁ ନେଇଯାଥିବାରୁ ସେ ବଞ୍ଚିଯାଇଥିଲା। ନଚେତ ସେଇ କୁନି ପୁଅକୁ ହତ୍ୟା କରିବାକୁ ଜଗନ୍ନାଥ ବି ଯୋଜନା କରିଥିଲା।

The post ଜଗନ୍ନାଥର ଛାତି ଥରା ଯୋଜନା…ଚକୋଲେଟ, ଥଣ୍ଡା, ଛୁରି, ବିଷ ଓ ସିନ୍ଦୂର appeared first on Odisha Reporter.



from Odisha Reporter https://ift.tt/3zkd0Wn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages