ସନ୍ଧ୍ୟା ପରେ ଦାନ କରୁଛନ୍ତି କି ଏହି ଜିନିଷ, ମାଡ଼ି ଆସିପାରେ ଘୋର ବିପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ସନ୍ଧ୍ୟା ପରେ ଦାନ କରୁଛନ୍ତି କି ଏହି ଜିନିଷ, ମାଡ଼ି ଆସିପାରେ ଘୋର ବିପଦ

କୁହାଯାଏ, ଦାନ କରିବାଠୁ ଅଧିକ କିଛି ପୂଣ୍ୟ ନାହିଁ। ଯେତେ ଧର୍ମ କାର୍ଯ୍ୟ କଲେ ବି ଦାନ ନ କଲେ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଏପରିକି ବିଶେଷ ପୂଜା ଅବସରରେ ଖାସ୍‌ ଜିନିଷ ଦାନ କରିବାର ବିଧି ରହିଛି। ହେଲେ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି ଯାହାକୁ କି ସୂର୍ଯ୍ୟସ୍ତ ପରେ ଦାନ କଲେ ନିଜର ଅନିଷ୍ଟ ହୋଇଥାଏ। ସନ୍ଧ୍ୟା ପରେ ଏହି ଜିନିଷ ଦାନ କରୁଥିବା ବ୍ୟକ୍ତିଙ୍କ ଉପରକୁ ମାଡ଼ିଆସେ ଘୋର ଦାରିଦ୍ରତା । ଏପରିକି ଆର୍ଥିକ ଦୁସ୍ଥିତିର ବି ସାମନା କରିବାକୁ ପଡ଼ିପାରେ।

 ଏପରି ବହୁ ଲୋକ ଅଛନ୍ତି, କୌଣସି ଉତ୍ସବକୁ ଯିବାର ଥିଲେ  ପାଖପଡ଼ୋଶୀ ତଥା ନିକଟ ସମ୍ପର୍କୀୟଙ୍କଠାରୁ ଭଲ ଡ୍ରେସ୍‌ ମାଗି ଆଣି ପିନ୍ଧି ଦେଇଥାନ୍ତି। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅନ୍ୟର କପଡ଼ା, ଜୋତା, ଘଣ୍ଟା ଆଦି ପିନ୍ଧିବା ଉଚିତ ନୁହେଁ। ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଆଲର୍ଜୀ ସମସ୍ୟା ବି ଦେଖାଦେଇପାରେ। ଯଦି ସନ୍ଧ୍ୟା ପରେ  କିଏ ଆପଣଙ୍କ ଘଣ୍ଟା ମାଗୁଛି, ତେବେ ତାହାକୁ ଦେବାକୁ ଏଡ଼ାଇ ଯାଆନ୍ତୁ। କାରଣ ଏହାଦ୍ୱାରା ଆପଣଙ୍କ ମୁସ୍କିଲ ବଢ଼ିଯିବାର ଆଶଙ୍କା ରହିଛି।

ସୂର୍ଯ୍ୟସ୍ତ ପରେ କେବେ କାହାକୁ ଉଧାର ଦିଅନ୍ତୁ ନାହିଁ। ବିଶ୍ୱା ରହିଛି ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ତେଣୁ ଉଧାର ଦେବା ନିମନ୍ତେ ଏହା ଉଚିତ ସମୟ ନୁହେଁ। ନଚେତ ଘରେ ଆର୍ଥିକ ସମସ୍ୟା ଦେଖାଦେଇପାରେ।

ସନ୍ଧ୍ୟା ପରେ ପାଖପଡ଼ୋଶୀଙ୍କୁ ଦାନରେ ଖଟା ଜିନିଷ  ଯେପରି ଦହି, ଆଚାର କେବେ ବି ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘରର ଲକ୍ଷ୍ମୀ ତାଙ୍କ ଘରକୁ ଚାଲିଯିବାର ବିଶ୍ୱାସ ରହିଛି।

ସନ୍ଧ୍ୟା ପରେ କାହାକୁ ଦାନ ସୂତ୍ରରେ ଲୁଣ, କିମ୍ବା ହଳଦୀ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ।

The post ସନ୍ଧ୍ୟା ପରେ ଦାନ କରୁଛନ୍ତି କି ଏହି ଜିନିଷ, ମାଡ଼ି ଆସିପାରେ ଘୋର ବିପଦ appeared first on Odisha Reporter.



from Odisha Reporter https://ift.tt/3wwxZ6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages