ଯୋଗୀଙ୍କ ନିଷ୍ପତ୍ତିକୁ ଥମ୍ୱସ ଅପ୍ କଲେ ପାଓ୍ୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 11, 2021

ଯୋଗୀଙ୍କ ନିଷ୍ପତ୍ତିକୁ ଥମ୍ୱସ ଅପ୍ କଲେ ପାଓ୍ୱାର

ମୁମ୍ୱାଇ: ଉତ୍ତରପ୍ରଦେଶ ସରକାର ଦ୍ୱାରା ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ନୀତିର ଡ୍ରାଫ୍ଟ ଉପସ୍ଥାପିତ ହୋଇଛି। ବିଶ୍ୱ ଜନସଂଖ୍ୟା ନିୟନ୍ତ୍ରଣ ଦିବସ ଅବସରରେ ଯୋଗୀ ସରକାର ଏହି ଡ୍ରାଫ୍ଟ ଉପସ୍ଥାପିତ କରିଛନ୍ତି। ଏବେ ଏହାକୁ ନେଇ ଜାତୀୟ ସ୍ତରରେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ବିଷୟରେ ବିତର୍କ ଆରମ୍ଭ ହୋଇଛି।

ଏହାକୁ ନେଇ ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଯୋଗୀ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସେ ସମର୍ଥନ କରିଛନ୍ତି। ରବିବାର ଶରଦ ପାୱାର ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଦେଶର ଅର୍ଥନୀତି, ଉନ୍ନତଶୈଳୀ ଜୀବନଯାପନ ଏବଂ ପରିବେଶକୁ ସନ୍ତୁଳନ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ରାଜନୀତିରେ ପୋଖତ ଖିଲାଡି କୁହାଯାଉଥିବା ପାଓ୍ୱାରଙ୍କ ଏପରି ବିବୃତ୍ତିକୁ ନେଇ କିନ୍ତୁ ଅନେକ ଅର୍ଥ ବାହାର କରାଯାଉଛି। ଜନସଂଖ୍ୟା ନିୟନ୍ତ୍ରଣ ଡ୍ରାଫ୍ଟ ଆଇନରେ ପରିବର୍ତ୍ତନ ହେବା ବେଳେ ଅନ୍ୟ ଦଳ ମଧ୍ୟ ଏହାକୁ ସମର୍ଥନ କରିବେ ବୋଲି ସେ ବିଶ୍ୱାସ ରଖିଥିବା କହିଛନ୍ତି।

ସେ କହିଛନ୍ତି ବିଶ୍ୱ ଜନସଂଖ୍ୟା ଦିବସରେ ଦେଶର ପ୍ରତ୍ୟେକ ନାଗରିକ ଶପଥ ନେବା ଉଚିତ ଯେ ସେ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଆଗାମୀ ଦିନରେ ସେମାନେ ସହଯୋଗ କରିବେ। ଏକ ଉନ୍ନତ ଦେଶ ଏବଂ ଉନ୍ନତ ଜୀବନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ସରକାରର ଡ୍ରାଫ୍ଟକୁ ନେଇ କହିଛନ୍ତି, ବର୍ଦ୍ଧିତ ଜନସଂଖ୍ୟା ଗରିବ ହେବାର ମୁଖ୍ୟ କାରଣ। ଦାରିଦ୍ର୍ୟ ଏବଂ ବଢ଼ୁଥିବା ଜନସଂଖ୍ୟା ଉଭୟ ପରସ୍ପର ସହ ଜଡିତ । ଏଥିସହ ଦୁଇଟି ଛୁଆ ମଧ୍ୟରେ ଗ୍ୟାପ୍ ରହିବା ଉଚିତ। ଯଦି ଦୁଇ ଛୁଆଙ୍କ ମଧ୍ୟରେ ଅନ୍ତରାଳ ନ ରହିବ ତେବେ ତାଙ୍କର ଲାଳନ ପାଳନ ଉପରେ ମଧ୍ୟ ଏହା ପ୍ରଭାବ ପକାଇବ। ୨୦୨୧-୩୦ପାଇଁ ପ୍ରସ୍ତାବିତ ନୀତି ମାଧ୍ୟମରେ, ପରିବାର ଯୋଜନା କାର‌୍ୟ୍ୟକ୍ରମ ଅଧୀନରେ ଦିଆଯାଇଥିବା ଗର୍ଭନିରୋଧକ ପଦକ୍ଷେପଗୁଡ଼ିକର ଉପଲବ୍ଧତା ବୃଦ୍ଧି ଏବଂ ନିରାପଦ ଗର୍ଭପାତ ପାଇଁ ଉପଯୁକ୍ତ ବ୍ୟବସ୍ଥା ଯୋଗାଇବା ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।

ତେବେ ଯୋଗୀଙ୍କ ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ରାଜ୍ୟରେ ପ୍ରଥମେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି।

The post ଯୋଗୀଙ୍କ ନିଷ୍ପତ୍ତିକୁ ଥମ୍ୱସ ଅପ୍ କଲେ ପାଓ୍ୱାର appeared first on Odisha Reporter.



from Odisha Reporter https://ift.tt/3k5E5Ip

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages