ନିରାଶ କଲେ ଦୂତି, ଆଉ ଏକ ସୁଯୋଗ ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ନିରାଶ କଲେ ଦୂତି, ଆଉ ଏକ ସୁଯୋଗ ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟୋକିଓ ଅଲିମ୍ପିକ୍ସରେ ମହିଳା ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତି ଚାନ୍ଦ। ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଛନ୍ତି।

୫ମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ। ମୋଟ୍ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ। ଏପରିକି ସେ ନିଜର ରେକର୍ଡରେ ମଧ୍ୟ ଉନ୍ନତି ଆଣିପାରି ନଥିଲେ।

ଦୂତି ୧୧.୫୪ ସେକେଣ୍ଡରେ ଶହେ ମିଟର ଦୂରତ୍ୱକୁ ଅତିକ୍ରମ କରିଥିଲେ, ଯେତେବେଳେ କି ତାଙ୍କର ନିଜର ରେକର୍ଡ ୧୧.୧୭ ରହିଥିଲା। ତାଙ୍କର ୧୧.୧୭ ରେକର୍ଡ ଏକ ଜାତୀୟ ରେକର୍ଡ ମଧ୍ୟ।

ଶହେ ମିଟର ଦୌଡ଼ରେ ଦୂତି ଭଲ କରି ନଥିଲେ ମଧ୍ୟ ତାଙ୍କ ପାଖରେ ଆଉ ଏକ ସୁଯୋଗ ଅଛି। କାରଣ ଆଗକୁ ତାଙ୍କର ୨୦୦ ମିଟର ଦୌଡ଼ ମଧ୍ୟ ରହିଛି। ଅଗଷ୍ଟ ୨ ତାରିଖରେ ସେ ୨୦୦ ମିଟର ଦୌଡ଼ ପାଇଁ ଟ୍ରାକ୍‌କୁ ଓହ୍ଲାଇବେ।

ଦେଶର ଏକମାତ୍ର ଆଥ୍‌ଲେଟ୍‌ ଭାବେ ଦୂତି ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟ (ଶହେ ଓ ୨ଶହ ମିଟର ଦୌଡ଼)ରେ ଭାଗ ନେଇଛନ୍ତି।

ଦୂତିଙ୍କର ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ସେ ୨୦୧୬ରେ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ସିଧାସଳଖ ଟିକେଟ୍ ମିଳି ନଥିଲା। ସେ ୱାର୍ଲ୍ଡ ରାଙ୍କିଙ୍ଗ ଅନୁସାରେ ଟୋକିଓକୁ ଟିକେଟ୍ ପାଇଥିଲେ।

The post ନିରାଶ କଲେ ଦୂତି, ଆଉ ଏକ ସୁଯୋଗ ଅଛି appeared first on Odisha Reporter.



from Odisha Reporter https://ift.tt/3j1YdZU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages