ମୁମ୍ବାଇ: ଆଉ ନାହାନ୍ତି ‘ବାଲିକାବଧୂ’ର ଦାଦି ସା’। ୭୫ ବର୍ଷ ବୟସରେ ‘ବଧାଇ ହୋ’ ଫେମ୍ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ଅସୁସ୍ଥ ଥିଲେ । ଆଜି ସକାଳୁ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚାନା ମିଳିଛି। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କର ପୁରା ପରିବାର ଉପସ୍ଥିତ ଥିଲେ।
୨୦୨୦ରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଷ୍ଟ୍ରୋକ ଆସିଥିଲା। ଏହାପରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଇ ଗତି କରୁଥିଲେ। ୨୦୧୮ରେ ତାଙ୍କୁ ପ୍ରଥମ ବ୍ରେନ୍ ଷ୍ଟ୍ରୋକ୍ ଆସିଥିଲା।
ତିନି ତିନି ଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରି ଅସୁସ୍ଥ ଥିବା ସତ୍ତ୍ୱେ ୨୦୨୦ ପୂର୍ବରୁ ପରଦାରେ ସକ୍ରିୟ ଥିଲେ। ତାଙ୍କୁ ଶେଷ ଥର ପାଇଁ OTT ରିଲିଜ୍ ହୋଇଥିବା ଆନ୍ଥୋଲୋଜି ଫିଲ୍ମ ‘ଘୋଷ୍ଟ ଷ୍ଟୋରୀଜ୍’ର ଜୋୟା ଅଖତରଙ୍କ ସେଗମେଣ୍ଟରେ ଦେଖିବାକୁ ମିଳିଥିଲା।
ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁରେ ବଲିଉଡ ସମେତ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। ସୁରେଖାଙ୍କ ମୃତ୍ୟୁକୁ ନେଇ ଅନେକ ସେଲେବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଟିଭି ଧାରାବାହିକ ‘ବାଲିକା ବଧୂ’ରେ ସୁରେଖା ଦାଦି ସା’ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ର ସୁରେଖାଙ୍କୁ ଭିନ୍ନ ଏକ ପରିଚୟ ଦେଇଥିଲା। ସେ ଘରେ ଘରେ ଦାଦି ସା’ ରୂପେ ପରିଚିତ ହୋଇଥିଲେ। ଲୋକେ ତାଙ୍କୁ ବେଶ୍ ପସନ୍ଦ ମଧ୍ୟ କରୁଥିଲେ।
Mumbai: Three-time national award-winning veteran actress Surekha Sikri passes away following a cardiac arrest earlier this morning. She was 75 years old. pic.twitter.com/QSumOrKECb
— ANI (@ANI) July 16, 2021
The post ଚାଲିଗଲେ ଦାଦି ସା’ appeared first on Odisha Reporter.
from Odisha Reporter https://ift.tt/3B9mYM4
No comments:
Post a Comment