ନ୍ୟୁୟର୍କ: ଆମେରିକାରେ ପୁଣିଥରେ କରୋନାର କୋପ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଓ୍ୱାର୍ଲଡମିଟର ରିପୋର୍ଟରୁ ଜଣାପଡ଼ିଛି। ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ଦେଶରେ ପୁଣି ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ହୋଇଛି। ନିକଟରେ ସଂକ୍ରମଣ କମିବା ପରେ ମାସ୍କ ପିନ୍ଧିବା ନେଇ କଟକଣା ହଟାଇଥିଲେ ଆମେରିକାର ବାଇଡେନ ସରକାର। ଆମେରିକାରେ କରୋନା ସଂକ୍ରମଣ ବଢ଼ିବା ପଛରେ ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଛି। ଏଠାରେ ପ୍ରତି ଲକ୍ଷେରେ ୧୦୦ ରୁ ଅଧିକ ସଂକ୍ରମିତ ରହିଥିବା ଜଣାପଡ଼ିଛି।
ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରଭିନେସନ ଡିରେକ୍ଟର ରୋଚେଲ ଭାଲେନସ୍କି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଟିକା ପ୍ରଭାବଶାଳୀ କିନ୍ତୁ କରୋନାର ଡେଲଟା ଭାରିଆଣ୍ଟ କାରଣରୁ ଅଧିକ ସଂକ୍ରମଣ ହେବାର ଆଶଙ୍କା ବଢିଛି। ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ଟିକାର ଉଭୟ ଡୋଜ ନେଇଥିବା ଲୋକେ ମାସ୍କ ପିନ୍ଧିବା ଦରକାର ବୋଲି ରୋଚେଲ କହିଛନ୍ତି।
ସିଡିସିର ତଥ୍ୟ ଅନୁଯାୟୀ ଦକ୍ଷିଣ ଆମେରିକାରେ ଏବେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ଦେଖିବାକୁ ମିଳିଛି। ତେବେ, ଉତ୍ତର-ପୂର୍ବରେ ଅଧିକାଂଶ ସ୍ଥାନରେ ଟିକାକରଣ କରାଯାଇଛି। ତେଣୁ ଏହି ସମସ୍ତ ଅଞ୍ଚଳରେ ଏଯାବତ କରୋନା ସଂକ୍ରମିତ ସେତେ ଅଧିକ ନାହାନ୍ତି।
ସିଡିସି ପକ୍ଷରୁ ହୋଇଥିବା ଗବେଷଣାରେ କୁହାଯାଇଛି ଯେ ଟିକାକରଣ ପରେ ବି ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି। ତେଣୁ ଟିକା ନେବା ପରେ ବି ସଂକ୍ରମିତ ହେଲେ ସେମାନଙ୍କ ପାଖରେ ଭାଇରସର କେସ୍ ଲୋଡ୍ ଟିକା ନନେଇଥିବା ବ୍ୟକ୍ତି ସଂକ୍ରମିତ ହେବା ସହିତ ପ୍ରାୟତଃ ସମାନ। ତେଣୁ ଟିକାର ଉଭୟ ଡୋଜ ନେଇଥିବା ଲୋକମାନେ ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରିବେ ବୋଲି ସିଡିସି କହିଛି।
ସୂଚନାଯୋଗ୍ୟ, ମେ ମାସରେ ଆମେରିକା ସରକାର କହିଥିଲେ ଯେଉଁମାନେ ଟିକାର ଉଭୟ ଡୋଜ ନେଇଛନ୍ତି ସେମାନେ ମାସ୍କ ନପିନ୍ଧିଲେ ଚଳିବ। ମାସ୍କ ବାଧ୍ୟତାମୂଳକ ନୁହେଁ ବରଂ ଇଚ୍ଛାଧୀନ। ହେଲେ ଇନଡୋର ସମାବେଶରେ ଯଦି ଗହଳି ରହିଛି, ପବ୍ଲିକ ଟ୍ରାନ୍ସପୋର୍ଟ କିମ୍ବା ହସ୍ସିଟାଲ ଯିବା ବେଳେ ମାସ୍କ ପିନ୍ଧିବା ଦରକାର ବୋଲି ଆମେରିକା ସରକାର ଲୋକଙ୍କୁ କହିଥିଲେ।
The post ପୁଣି ମାସ୍କ ଅନିର୍ବାର୍ଯ୍ୟ, ଟିକା ପରେ ବି ଅଧିକାଂଶ କରୋନାରେ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3BYxaHE
No comments:
Post a Comment