ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 10, 2021

ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଜମି ବିବାଦକୁ ନେଇ ଘଟିଛି ଗୋଷ୍ଠୀ ସଂଘର୍ଷ। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। କୋରପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଡୁମ୍ବାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟା ପରେ ଜମି ବିବାଦକୁ ନେଇ ପ୍ରଥମେ ଗାଁର ଦୁଇଟି ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ସହଦେବ ଜାନି ଓ ଧନପତି ଜାନୀ। ୭ ଆହତଙ୍କ ମଧ୍ୟରୁ ୩ ଜଣ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୪ ଜଣଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ୍ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦଶମନ୍ତପୁର ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଏହା ଜମିଜମା ବିବାଦରୁ ଘଟିଥିବା କୁହାଯାଉଛି। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜମିଜମା ନୁହେଁ, ଗୁଣିଗାରେଡ଼ି ଯୋଗୁ ଏହି ସଂଘର୍ଷ ଘଟିଥିବା ମଧ୍ୟ କୁହାଯାଉଛି। ତେବେ ତଦନ୍ତ ପରେ ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦଶମନ୍ତପୁର ପୁଲିସ୍ କହିଛି।

The post ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ appeared first on Odisha Reporter.



from Odisha Reporter https://ift.tt/3k5s6dV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages