ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଆଜି ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍କୁ ୩-୦ରେ ହରାଇଛି ଦଳ।
ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।
ମ୍ୟାଚ୍ର ୧୪ତମ ମିନିଟ୍ରେ ସ୍ପେନ୍ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍ ଦେଇଥିଲେ ସିମରନଜୀତ୍। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର ଅଷ୍ଟମ ମିନିଟ୍ ଭାରତ ପାଖରେ ପ୍ରଥମ ଗୋଲ୍ କରିବାର ଏକ ସୁଯୋଗ ଥିଲା। ସିମରନଜୀତ୍ ଏହି ସୁଯୋଗ ପାଇଥିଲେ। କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଭାରତ ପକ୍ଷରୁ ପରବର୍ତ୍ତୀ ଦୁଇଟି ଗୋଲ୍ ରୂପିନ୍ଦର ପାଲ ଦେଇଥିଲେ।
ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଏହାର ଅଭିଯାନ ଆରମ୍ଭ କରିଥିଲା। ଦଳ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍ରେ ଏହା ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ହାରି ଯାଇଥିଲା। ଅଷ୍ଟ୍ରେଲିଆ ୭-୧ରେ ଭାରତୀୟ ଦଳକୁ ପରାସ୍ତ କରିଥିଲା। ତେବେ ଏହି ପରାଜୟ ସତ୍ତ୍ୱେ ଭାରତୀୟ ଦଳ ଆଜି ଚାପରୁ ବାହାରି ଭଲ ପ୍ରଦର୍ଶନ କରି ତା’ର ତୃତୀୟ ମ୍ୟାଚ୍ରେ ବିଜୟ ହାସଲ କରିଛି। ଏହା ପରେ ଦଳ ଜାପାନ ଓ ଆର୍ଜେଣ୍ଟିନା ସହିତ ଖେଳିବ।
The post ଟୋକିଓ ଅଲିମ୍ପିକ୍ସ: ସ୍ପେନ୍କୁ ହରାଇଲା ଭାରତ appeared first on Odisha Reporter.
from Odisha Reporter https://ift.tt/2VeooUM
No comments:
Post a Comment