ଅଢେଇ ମାସ ପରେ ଆଜିଠୁ ରାଜ୍ୟ ବ୍ୟାପୀ ଗଡ଼ିଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ଅଢେଇ ମାସ ପରେ ଆଜିଠୁ ରାଜ୍ୟ ବ୍ୟାପୀ ଗଡ଼ିଲା ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିଲା ବସ୍ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ବସ୍‌ ଚଳାଚଳ ପାଇଁ  ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲପର ସମସ୍ତେ  ଉତ୍ସାହିତ ଅଛନ୍ତି ।

ଲକ୍‌ଡାଉନ୍‌ରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ । ଏବେ କିନ୍ତୁ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଆଶା ବାନ୍ଧିଛନ୍ତି ।  ନିର୍ଦ୍ଦେଶ ଅନୁଯାୟୀ କେବଳ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାଇପାରିବେ । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସ୍‌କୁ ସାନିଟାଇଜ୍ କରାଯାଉଛି ।

ଆଗକୁ ତୃତୀୟ ଲହର ଡର ବି ରହିଛି । ତେଣୁ ପାଖାପାଖି ଦୁଇ ମାସ ଯାଏଁ କ୍ଷତିରେ ହିଁ ଚଲାଇବାକୁ ପଡ଼ିବ ବୋଲି ମାଲିକଙ୍କ ମନରେ ଆଶଙ୍କା ବି ରହିଛି । ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ  ।

ସେହିପରି ଆଜିଠୁ ୧୬ଟି ରୁଟ୍‌ରେ ମୋ ବସ୍‌ ବି ଗଡ଼ିବା ଆରମ୍ଭ କରିଛି। ଯେତିକି ସିଟ୍‌, ସେତିକି ଯାତ୍ରୀ ନେଇକି ଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଯାତ୍ରୀମାନଙ୍କୁ  ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସପ୍ତାହାନ୍ତରେ ମୋ ବସ୍‌ ସେବା ବନ୍ଦ ରହିବ। କିନ୍ତୁ  ଉକ୍ତ ୨ ଦିନ ଏୟାରପୋର୍ଟ ଓ ଟ୍ରେନ ଷ୍ଟେଶନରୁ ମୋ ବସ୍‌ ସେବା ଚାଲୁ ରହିବ।

 

The post ଅଢେଇ ମାସ ପରେ ଆଜିଠୁ ରାଜ୍ୟ ବ୍ୟାପୀ ଗଡ଼ିଲା ବସ୍‌ appeared first on Odisha Reporter.



from Odisha Reporter https://ift.tt/3xR0cGH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages