ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ

କୋଣାର୍କ (ଓଡ଼ିଶା ରିପୋର୍ଟର): ୩୧ କିଲୋମିଟର ରାସ୍ତାର ପୁନଃ ନିର୍ମାଣ ପାଇଁ ମଞ୍ଜୁର ହୋଇଛି ୪୨ କୋଟି ଟଙ୍କା। ମାତ୍ର ରାସ୍ତା କାମ  ନ ସରୁଣୁ ହାତ ମାରୁ ମାରୁ ଉଠୁଛି ପୁଳା ପୁଳା ପିଚୁ। ଏପରି ନିମ୍ନମାନର କାମ ପୁରୀ ଜିଲ୍ଲା ନିମାପଡା-ଅସ୍ତରଙ୍ଗ ରାସ୍ତାରେ ଦେଖିବାକୁ ମିଳିଛି।

ମା’ ମଙ୍ଗଳା ପୀଠ କାକାଟପୁର, କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ନିମାପଡ଼ା-ଅସ୍ତରଙ୍ଗ ୩୧ କିଲୋମିଟରର ରାସ୍ତାର ପୁନଃ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୪୨ କୋଟି ଟଙ୍କାର ଟେଣ୍ଡର କରିଥିଲା । କେବିଏମ କନଷ୍ଟ୍ରକସନ୍‌ ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେବା ପରେ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ଛେଲା ଛେଲା ପିଚୁ ଉଠୁଥିବା ଦେଖାଯାଇଛି।

ସମ୍ପୃକ୍ତ ଠିକା ସଂସ୍ଥା ପୁରୁଣା ରାସ୍ତା ଉପରେ କେବଳ ପିଚୁ ଗୋଡ଼ି ରୋଲିଂ କରି ଛାଡ଼ି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାସ୍ତାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନିମାପଡ଼ା ପୂର୍ତ୍ତ ବିଭାଗ ଏସ୍‌ଡିପିଓ କହିଛନ୍ତି।

ଏନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ୫୦ କୋଟିର କାମ ହେଉଛି। ଏଥିରେ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାଜସ୍ୱ ଲୁଟ୍‌ ହେଉଛି ।  ଆମ ଟିକସରେ ଆମମାନଙ୍କ ପାଇଁ ଏପରି କାମ ହେଉଛି। ଅଧା ଟଙ୍କା ଖାଇ ଯାଉଛନ୍ତି, ଆଉ ଅଧାରେ ଉପରେ କିଛି ପିଚୁ ଢାଳି ରାସ୍ତା କରୁଛନ୍ତି।

The post ରାସ୍ତା ପାଇଁ ୪୨ କୋଟି: ହାତ ମାରୁ ମାରୁ ଉଠୁଛି ପିଚୁ appeared first on Odisha Reporter.



from Odisha Reporter https://ift.tt/3BFk9Cp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages