ବଲିଉଡ ମୁହାଁ ବିଗ୍‌ବସ୍‌ ବିଜେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ବଲିଉଡ ମୁହାଁ ବିଗ୍‌ବସ୍‌ ବିଜେତା

ମୁମ୍ବାଇ: ବଲିଉଡରେ ଏଣ୍ଟ୍ରି କରିବେ ଟିିଭି ପରଦାର ଛୋଟି ବହୂ ତଥା ବିଗ୍‌ବସ୍‌-୧୪ର ବିଜେତା। ଟେଲିଭିଜନ ପରେ ଏବେ ବଡ ପରଦାରେ ନିଜ ଅଭିନୟର ଜାଦୁ ଦେଖାଇବେ ରୁବିନା ଦଲଇକ୍। ଏଥିପାଇଁ ଫୁଲ ଦମ୍‌ରେ ସଜବାଜ ହେଉଛନ୍ତି ରୁବିନା।

ସେ ମ୍ୟୁଜିକ କମ୍ପୋଜର ପଲାଶ ମୁଛଲଙ୍କ ସହ ବଡ ପରଦାରେ ଡେବ୍ୟୁ କରିବେ। ରୁବିନା ପଲାଶଙ୍କ ନିଜ ପ୍ରଥମ ବଲିଉଡ ଫିଲ୍ମ ସାଇନ୍ କରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଅର୍ଧ’। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ପଲାଶ ଅଛନ୍ତି।

ଫିଲ୍ମର ଲିଡ୍ ରୋଲ୍‌ରେ ଟେଲିଭିଜନ ଅଭିନେତା ହିତେନ ତେଜୱାନୀ ଅଛନ୍ତି। ଏନେଇ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ରୁବିନା ଦଲଇକ୍ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ରୁବିନା ଓ ହିତେନ୍‌ଙ୍କ ବ୍ୟତୀତ ରାଜପାଲ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ।

ସୂଚନା ମୁତାବକ ଚଳିତ ବର୍ଷ ଜୁନ୍ ମାସରେ ପଲାଶ ନିଜ ଟୁଇଟର ହ୍ୟାଣ୍ଡେଲରେ ରାଜପାଲ ଯାଦବଙ୍କ ସହ ଏକ ଫଟୋ ସେଆର କରିଥିଲେ। ଏହି ଫଟୋକୁ ସେଆର କରି ସେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ହିଣ୍ଟ ଦେଇଥିଲେ।

ବିଗ୍‌ବସ୍‌-୧୪ର ବିଜେତା ହେବା ପରେ ରୁବିନା ଏବେ ପୂର୍ବାପେକ୍ଷା ଆହୁରି ଅଧିକ ପପୁଲାର ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ଚାଲିଛି।

 

View this post on Instagram

 

A post shared by Hitten Ttejwani (@hitentejwani)

The post ବଲିଉଡ ମୁହାଁ ବିଗ୍‌ବସ୍‌ ବିଜେତା appeared first on Odisha Reporter.



from Odisha Reporter https://ift.tt/3iqKA61

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages