‘ନିୟମ କଡ଼ାକଡ଼ି ପାଳନ କରନ୍ତୁ, ନଚେତ ଆସିବ ତୃତୀୟ ଲହର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 2, 2021

‘ନିୟମ କଡ଼ାକଡ଼ି ପାଳନ କରନ୍ତୁ, ନଚେତ ଆସିବ ତୃତୀୟ ଲହର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ କରୋନା ଟ୍ରେଣ୍ଡ ୩ ହଜାର ଥିବା ବେଳେ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ଆହୁରି କମିବ ସଂକ୍ରମଣ । କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ କଲବଲ କଲା ପରେ ଆସନ୍ତା କିଛି ଦିନରେ ରାଜ୍ୟରେ କମିବ ସଂକ୍ରମଣ ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି । ସେହି ଆଧାରାରେ ଓଡ଼ିଶାରେ ବି କମିବ । ସେପଟେ ମହାମାରୀ ବ୍ୟାପିବା ବେଳେ ସବୁଠୁ ଅଧିକ ଆତଙ୍କିତ କରିଥିବା  ବ୍ଲାକ୍ ଫଙ୍ଗସ୍ ରାଜ୍ୟରେ ଏତେଟା ପ୍ରକୋପ ଦେଖାଇ ପାରିନି। ରାଜ୍ୟରେ ମେ ମାସରୁ ଏବେ ଯାଏ ଡେଲଟା ପ୍ଲସ୍ ଆକ୍ରାନ୍ତ ଜଣଙ୍କ ବ୍ୟତୀତ ଆଉ କେହି ଚିହ୍ନଟ ହୋଇନାହାନ୍ତି । ତେଣୁ ଡେଲଟା ପ୍ଲସ୍‌କୁ ନେଇ ଅଯଥାରେ ଆତଙ୍କିତ ହେବାର  କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

କିନ୍ତୁ କଟକଣା କୋହଳ ହେଲା ପରେ ବି ନିୟମ କଡ଼ାକଡ଼ି ପାଳନ କରନ୍ତୁ ଲୋକେ । ନଚେତ ତୃତୀୟ ଲହର ଆସିପାରେ ବୋଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ତୃତୀୟ ଲହର ଏବେ ବି ସମ୍ଭାବନା ସ୍ତରରେ ରହିଛି । କିନ୍ତୁ ଏଥିପାଇଁ ସତର୍କ ଓ ସଚେତନା ହେବା ଜରୁରୀ ।

ଜୁଲାଇ ମାସରେ ଦୃତ ଗତିରେ ସଂକ୍ରମଣ କମିନି ହେଲେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ । ସେହିପରି ରାଜ୍ୟରେ ଡେଲଟା ପ୍ଲସ୍ ଭାରିଏଣ୍ଟ ଅଧିକ ସଂକ୍ରମିତ ନୁହଁ । ବିଶ୍ୱର ବିଭିନ୍ନ ଦେଶରେ ମାତ୍ର ଦୁଇ ଶହ ଜଣ ଏହି ଭ୍ୟାରିଏଣ୍ଟରେ ଚିହ୍ନଟ ହୋଇଛନ୍ତି ।   WHO ମଧ୍ୟ ଏଥିପ୍ରତି ଆତଙ୍କିତ   ନହେବାକୁ କହିଛି ବୋଲି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ଅପରପକ୍ଷେ, ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବାକୁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସହିତ ଆଉ ୫ଟି ରାଜ୍ୟକୁ ମଧ୍ୟ ଏପରି ସ୍ୱତନ୍ତ୍ର ଟିମ୍ ପଠାଇବାକୁ ସ୍ଥିର ହୋଇଛି ।  ସେହି ରାଜ୍ୟଗୁଡ଼ିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁର । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିବା କୁହାଯାଉଛି।

ପବ୍ଲିକ ହେଲ୍‌ଥ ସ୍ପେସାଲିଷ୍ଟ AIIH & PH ଡାକ୍ତର ଏ. ଡାନଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ । ସେମାନେ କୋଭିଡ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ଅନୁଧ୍ୟାନ ଓ ଟିକାକରଣ ବ୍ୟବସ୍ଥାର ଅନୁଧ୍ୟାନ କରିବେ ।  ତା’ସହିତ ହସ୍ପିଟାଲ ବେଡ୍, ଭେଣ୍ଟିଲେଟର, ଅକ୍ସିଜେନର ମଧ୍ୟ ସ୍ଥିତି  ପରଖିବ ଟିମ୍‌।  ତା ପରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟକୁ ଏହି ଟିମ୍ ପରାମର୍ଶ ଦେବ ।  ଏଥିସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ଦେବ ।

The post ‘ନିୟମ କଡ଼ାକଡ଼ି ପାଳନ କରନ୍ତୁ, ନଚେତ ଆସିବ ତୃତୀୟ ଲହର’ appeared first on Odisha Reporter.



from Odisha Reporter https://ift.tt/3dAsfC8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages