ଆଠଗଡ଼(ନିଳକଣ୍ଠ ଦୋରା): ଠିକାଦାରୀ ଓ ପୂର୍ବ ଶତ୍ରୁତାରୁ ଆରମ୍ଭ ହେଲା ରକ୍ତପାତ। ପୁତୁରାର ଅତର୍କିତ ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ହୋଇଛନ୍ତି। ଏପରି ବିଭତ୍ସ କାଣ୍ଡ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତା ମହିଳା ହେଲେ ବିଲି ମହାଳିକ । ଗୁରୁତରଦ୍ୱୟ ହେଲେ ବିଲାଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ ଆଲୋକ ମହାଳିକ।
ମିଳିଥିବା ସୂଚନା ଅନୁଯାୟୀ, କାଠଖୁଣ୍ଟ ଗାଁରେ ଆଲୋକ ମହାଳିକ ଓ ବାଦଲ ମହାଳିକଙ୍କ ପରିବାର ରୁହନ୍ତି। ଉଭୟ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ। ଠିକାଦାରୀ କାମକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଗାଁକୁ ଆସୁଥିବା ସରକାରୀ କାମ ପ୍ରାୟତଃ ଆଲୋକ ପାଉଥିବା ବେଳେ ଏଥିପାଇଁ ଇର୍ଷାନ୍ୱିତ ହୋଇ ସୁଯୋଗ ଅପେକ୍ଷାରେ ଥିଲା ବାଦଲ।
ବାଦଲ ଏକ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ଏହି ସମୟରେ ଆଲୋକ ନିଜ ଘର ବାହାରେ ଛିଡ଼ା ହୋଇଥିବା ବେଳେ ବାଦଲ ତାଙ୍କୁ ଗାଳିଗୁଲଜ କରିଥିଲେ। ଏଥଇଯୋଗୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଗଲା। ହଠାତ୍ ବାଦଲ ଓ ତାଙ୍କ ପରିବାର ଲୋକ ଘରୁ ଖଣ୍ଡା, ଭୁଜାଲି ଆଣି ଆଲୋକକୁ ଆକ୍ରମଣ କରିଥିଲେ। ପୁଅର ଚିତ୍କାର ଶୁଣି ଆଲୋକଙ୍କ ବାପା,ମା’ ଘରୁ ବାହାରକୁ ଆସିଥିଲେ। ଏହାପରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଥିଲା।
ବାଦଲଙ୍କ ପରିବାର ଲୋକଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଆଲୋକଙ୍କ ମା’ ବିଲିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଲୋକ ଓ ତାଙ୍କ ବାପା ଗୁରୁତର ହୋଇ ପଡ଼ିଛନ୍ତି। ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଆଠଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାଦଲଙ୍କ ପରିବାର ଗାଁରୁ ଫେରାର ହୋଇ ଯାଇଛନ୍ତି। ଏଥିଯୋଗୁ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
The post ଠିକାଦାରୀ ହେଳା କାଳ, ଖୁଡ଼ିକୁ ହାଣିଲା ପୁତୁରା appeared first on Odisha Reporter.
from Odisha Reporter https://ift.tt/2X8Ta2y
No comments:
Post a Comment