ଦେଶରେ ସିଏଏ କାହିଁକି ଆବଶ୍ୟକ ଥିଲା? କହିଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ଦେଶରେ ସିଏଏ କାହିଁକି ଆବଶ୍ୟକ ଥିଲା? କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛନ୍ତି। ଏହାପରେ ଆଫଗାନିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ (ହିନ୍ଦୁ ଏବଂ ଶିଖ) ସମ୍ପ୍ରଦାୟର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ତେଣୁ ସେମାନେ ପ୍ରାଣ ବିକଳରେ ଭାରତରେ ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ଅଳ୍ପସଂଖ୍ୟକଙ୍କ ମଧ୍ୟରୁ କିଛି ଲୋକ କାବୁଲରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଉ କିଛି ଆସିବେ ବୋଲି ଅପେକ୍ଷା କରିଛନ୍ତି। ରବିବାର କାବୁଲରୁ ୧୬୮ ଜଣଙ୍କୁ ନେଇ ଏକ ସ୍ୱତନ୍ତ୍ର ଭାରତୀୟ ବାୟୁସେନା ବିମାନ ଗାଜିଆବାଦର ଏୟାର ବେସରେ ପହଞ୍ଚିଛି। ଏହାପରେ ଆଫଗାନିସ୍ତାନ ସ୍ଥିତିକୁ ଦେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ଏହି କାରଣ ପାଇଁ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଆବଶ୍ୟକ ରହିଥିଲା।

ନିକଟରେ ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ୱ ପାଇଥିବା ଏହି ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଆଫଗାନିସ୍ତାନରେ ଅସ୍ଥିରତା ମଧ୍ୟରେ ଶିଖ ଏବଂ ହିନ୍ଦୁମାନେ ବିପଦ ଜନକ ସମୟ ଦେଇ ଗତି କରୁଛନ୍ତି। ଏହି କାରଣ ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ ଲାଗୁ କରିବା ଆବଶ୍ୟକ ଥିଲା।

କେନ୍ଦ୍ରର ମୋଦି ସରକାର ଡିସେମ୍ବର ୨୦୧୯ରେ ଏହି ଆଇନ୍ ଆଣିଥିଲେ। ଏହି ଆଇନ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୈଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କୁ ଭାରତ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ତେବେ ମୁସଲମାନ ସମ୍ପ୍ରଦାୟକୁ କାହିଁକି ଏହି ଆଇନରେ ରଖାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ। ଜବାବରେ ସରକାର କହିଥିଲେ ଏହି ତିନି ଦେଶରେ ସର୍ବାଧିକ ଲୋକ ମୁସଲମାନ ସମ୍ପ୍ରଦାୟର ରହିଛନ୍ତି। ଏଠାରେ ରହୁଥିବା ଅଳ୍ପସଂଖ୍ୟକ ହିଁ ନିର୍ଯାତିତ ହେଉଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି। ଏହାପୂର୍ବରୁ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇଥିଲେ। ଭାରତ ସମେତ ଅଧିକାଂଶ ଦେଶର ନାଗରିକ ଏହାପରେ ନିଜ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ଏହାପରେ ଆଫଗାନିସ୍ତାନର ଅନେକ ଅଳ୍ପ ସଂଖ୍ୟକ ଭାରତରେ ନାଗରିକତ୍ୱ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠିକାର ଅଳ୍ପ ସଂଖ୍ୟକଙ୍କୁ କିଭଳି ସୁରକ୍ଷିତ ଭାବରେ ଭାରତ ଅଣାଯାଇପାରିବ ସେ ନେଇ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ଦେଶରେ ସିଏଏ କାହିଁକି ଆବଶ୍ୟକ ଥିଲା? କହିଲେ କେନ୍ଦ୍ରମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3gofkEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages