ଧାରା ୩୭୦ ଉଚ୍ଛେଦ ପରେ ମାତ୍ର ୨ ଜଣ ବାହାର ଲୋକ କିଣିଛନ୍ତି ଜମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ଧାରା ୩୭୦ ଉଚ୍ଛେଦ ପରେ ମାତ୍ର ୨ ଜଣ ବାହାର ଲୋକ କିଣିଛନ୍ତି ଜମି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦକୁ ଦୁଇ ବର୍ଷ ପୂରି ସାରିଛି। ତେବେ ଜମ୍ମୁ-କଶ୍ମୀରରେ ଏହି ଦୁଇ ବର୍ଷ ମଧ୍ୟରେ ମାତ୍ର ୨ ଜଣ ବାହାର ଲୋକ ଜମି କିଣିଛନ୍ତି। ଧାରା ୩୭୦ ଯୋଗୁ ଏଠାରେ ଜମ୍ମୁ-କଶ୍ମୀର ବ୍ୟତୀତ କୌଣସି ବାହାର ରାଜ୍ୟର ଲୋକ ଜମି କିମ୍ବା ଘର କିଣି ପାରୁ ନଥିଲେ।

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏହି ଧାରାକୁ ଉଚ୍ଛେଦ କରିବା ସହ ଏଣିକି ସବୁ ରାଜ୍ୟର ଲୋକମାନେ ଚାହିଁଲେ ଜମ୍ମୁ-କଶ୍ମୀରରେ ଜମି ଠାରୁ ଆରମ୍ଭ କରି ଘର କିଣିପାରିବେ ବୋଲି କହିଥିଲେ। କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ କେବଳ ଦୁଇ ଜଣ ବ୍ୟକ୍ତି ସେଠାରେ ଜମି କିଣିବାକୁ ସକ୍ଷମ ହୋଇଛନ୍ତି। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାକୁ ଅବଗତ କରାଯାଇଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୋଟିଏ ପ୍ରଶ୍ନର ଉତ୍ତରରେ ଲୋକସଭାକୁ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଜମି ଜମା କିଣିବାରେ ବାହାର ରାଜ୍ୟର ଲୋକମାନେ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଥିବା ଖବର ଏଯାଏ ମିଳିନି। ଦୁଇ ଜଣ ବାହାର ଲୋକ ଜମ୍ମୁ-କଶ୍ମୀରେ ଜମି କିଣିଛନ୍ତି ବୋଲି ସେ କହିଛନ୍ତି।

ତେବେ ମନ୍ତ୍ରୀ ବାହାର ଲୋକ କେଉଁ ସ୍ଥାନରେ ଜମି କିଣିଛନ୍ତି କିମ୍ବା ସେମାନେ କିଏ, ସେ ବିଷୟରେ କୌଣସି ତଥ୍ୟ ସାର୍ବଜନୀନ କରିନାହାନ୍ତି। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜମ୍ମୁ ଡିଭିଜନରେ ହିଁ ଦୁଇ ଜଣ ବାହାର ରାଜ୍ୟର ବ୍ୟକ୍ତି ଜମି କିଣିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ରିୟଲି ଷ୍ଟେଟ ବ୍ୟବସାୟ ଓ ମଦ ଫ୍ୟାକ୍ଟ୍ରୀ ମାଲିକ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଧାରା ୩୭୦ ଓ ୩୫-ଏ ଯୋଗୁ ବାହାର ରାଜ୍ୟର ଲୋକମାନେ ଜମ୍ମୁ-କଶ୍ମୀରରେ ଜମି କିଣିପାରୁ ନଥିଲେ। ସେହିପରି ବାହାର ରାଜ୍ୟର ଲୋକମାନେ ଜମ୍ମୁ-କଶ୍ମୀରରେ ସରକାରୀ ଚାକିରି ପାଇଁ ମଧ୍ୟ ଆବେଦନ କରିପାରୁ ନଥିଲେ। କିନ୍ତୁ ସରକାର ଏହି ନିୟମରେ ପରିବର୍ତ୍ତନ କରି ଧାରା ୩୭୦ ଓ ୩୫-ଏକୁ ଉଚ୍ଛେଦ କରିଛନ୍ତି। ନୂତନ ନିୟମ ଅନୁସାରେ ଅଣଚାଷ ଭିତ୍ତିକ ଜମିକୁ ବାହାର ରାଜ୍ୟର ଲୋକମାନେ କିଣିପାରିବେ।

The post ଧାରା ୩୭୦ ଉଚ୍ଛେଦ ପରେ ମାତ୍ର ୨ ଜଣ ବାହାର ଲୋକ କିଣିଛନ୍ତି ଜମି appeared first on Odisha Reporter.



from Odisha Reporter https://ift.tt/3iE9Lnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages