କାନ୍ଦାହାର ଦଖଲ କଲା ତାଲିବାନ, କାବୁଲ ଆଉ ଅଳ୍ପ ଦୂର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 12, 2021

କାନ୍ଦାହାର ଦଖଲ କଲା ତାଲିବାନ, କାବୁଲ ଆଉ ଅଳ୍ପ ଦୂର

କାବୁଲ: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟବିସ୍ତାର କରି ଚାଲିଛି। ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ ଅଭିମୁଖେ ମାଡ଼ି ଚାଲିଛି। ଶୁକ୍ରବାର ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ବଡ଼ ସହର କାନ୍ଦାହାର ଦଖଲ କରି ନେଇଛି।

ଏହାକୁ ସଂପୂର୍ଣ୍ଣ ଭାବେ ଦଖଲ କରିବା ପରେ ତା’ର ପତାକା ଉଡ଼ାଇଛି। କାନ୍ଦାହାର ଦଖଲ କରିବା ପୂର୍ବରୁ ସଂଗଠନ ଓ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲେ। ଶେଷରେ ଆଫଗାନ ସୁରକ୍ଷାକର୍ମୀ ତାଲିବାନ ଆଗରେ ଆତ୍ମସମର୍ପଣ କରିଛନ୍ତି।

ବୁଧବାର ରାତିରୁ ହିଁ ତାଲିବାନ କାନ୍ଦାହାରରେ ପ୍ରବେଶ କରିବା ଆରମ୍ଭ କରିଥିଲା। ପ୍ରଥମେ ସଂଗଠନର ସଦସ୍ୟମାନେ ସେଣ୍ଟ୍ରାଲ ଜେଲ ଉପରେ ହମଲା କରି ଏହାକୁ ଦଖଲ କରିଥିଲେ। ଏଠାରେ ଥିବା କଏଦୀମାନଙ୍କୁ ମୁକ୍ତ କରି ଦେଇଥିଲେ। ଏହାପରେ ସହର ମଧ୍ୟକୁ ପ୍ରବେଶ କରି ପୂରା କାନ୍ଦାହାରକୁ ଦଖଲ କରିଛନ୍ତି।

ତାଲିବାନ ପକ୍ଷରୁ କୁହାଯାଇଛି ଯେ କାନ୍ଦାହାର ଏବେ ସଂପୂର୍ଣ୍ଣ ଭାବେ ଆମ ଦଖଲରେ ରହିଛି। ମୁଜାହିଦ୍ଦିନମାନେ ସହରର ସହିଦ ଛକରେ ପ୍ରବେଶ କରି ପତାକା ଉଡ଼ାଇଛନ୍ତି। ଏବେ ଆମେ କାବୁଲ ଦଖଲ କରିବୁ ବୋଲି ସଂଗଠନ କହିଛି। କାନ୍ଦାହାର ଠାରୁ କାବୁଲର ଦୂରତା ପ୍ରାୟ ୫୦୦ କିମି। ତେଣୁ ତାଲିବାନ ସଦସ୍ୟମାନେ ଖୁବଶୀଘ୍ର କାବୁଲରେ ପ୍ରବେଶ କରିବାର ଆଶଙ୍କା ରହିଛି। ଯଦି ଏପରି ହୁଏ, ତା’ହେଲେ ଆଫଗାନିସ୍ତାନ ସରକାରଙ୍କ ପାଖରେ ଆତ୍ମସମର୍ପଣ ଛଡ଼ା ଆଉ କିଛି ବାଟ ରହିବ ନାହିଁ।

କାନ୍ଦାହାର ପୂର୍ବରୁ ତାଲିବାନ ଦେଶର ତୃତୀୟ ବୃହତ୍ତମ ସହର ହେରାଟକୁ ଗୁରୁବାର ଦଖଲ କରିଥିଲେ। ଗୁରୁବାର ସନ୍ଧ୍ୟାରେ ହେରାଟର ପୁଲିସ୍‌ ମୁଖ୍ୟାଳୟକୁ ସଂଗଠନର ସଦସ୍ୟମାନେ ପ୍ରବେଶ କରି ନିଜର ପତାକା ଉଡ଼ାଇଥିଲେ। ସେହିପରି କାବୁଲର ଦକ୍ଷିଣ ପଶ୍ଚିମ ଦିଗଠାରୁ ମାତ୍ର ୧୩୦ କିମି ଦୂରରେ ଥିବା ଘଜନିକୁ ମଧ୍ୟ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇ ସାରିଛି।

କାବୁଲ ଠାରୁ ଅଳ୍ପଦୂରରେ ଥିବା ଗୋଟିଏ ଗୁଇନ୍ଦା ବିଭାଗ ପ୍ରତିଷ୍ଠାନ ଓ ଆର୍ମି ବେସ୍‌ରେ ସୁରକ୍ଷାକର୍ମୀମାନେ ତାଲିବାନ ସଦସ୍ୟଙ୍କ ସହ ଲଢ଼େଇ କରୁଥିବା ଖବର ମିଳିଛି। ଇତି ମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୦ଟି ପ୍ରଦେଶର ରାଜଧାନୀ ସହ ଅନେକ ସହରକୁ ନିଜ କବଜାକୁ ନେଇ ସାରିଛି। ମୋଟ ଉପରେ ଆଫଗାନିସ୍ତାନର ୬୫% ଅଞ୍ଚଳ ସଂଗଠନର ନିୟନ୍ତ୍ରଣରେ ରହିଛି।

ତାଲିବାନ ତା’ର କାୟା ବିସ୍ତାର କରୁଥିବାରୁ ଲୋକମାନେ ଭୟରେ ପଳାୟନ କରୁଛନ୍ତି। ସମସ୍ତେ କାବୁଲରେ ଆଶ୍ରୟ ନେଉଥିବା ବେଳେ ତାଲିବାନ କାବୁଲ ଦଖଲ କରିବା ମୁଡରେ ରହିଛି। ତେଣୁ ଲୋକମାନେ ଏବେ କୁଆଡ଼େ ଯିବେ, ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ମହିଳା ଓ ଯୁବତୀଙ୍କ ଉପରେ ତାଲିବାନ ସଦସ୍ୟଙ୍କ ଆଖି ରହିଛି।

ସେମାନେ ଘର ଘର ବୁଲି ୧୪ ବର୍ଷରୁ ଅଧିକ ବୟସ୍କଙ୍କୁ ଯୌନଦାସୀ କରିବାକୁ ଖୋଜିବାରେ ଲାଗିଛନ୍ତି। ସ୍ଥାନୀୟ ଲୋକ ସୀମାକୁ ଲାଗିଥିବା ପାକିସ୍ତାନ ଯିବାକୁ ଚାହୁଁଥିବା ବେଳେ ଇମ୍ରାନ ସରକାର ଏଥିରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଶତାଧିକ ଲୋକ ପାକିସ୍ତାନ ସୀମାରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ଇସଲାମାବାଦର ସୁରକ୍ଷାକର୍ମୀଙ୍କ ମାନେ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି।

The post କାନ୍ଦାହାର ଦଖଲ କଲା ତାଲିବାନ, କାବୁଲ ଆଉ ଅଳ୍ପ ଦୂର appeared first on Odisha Reporter.



from Odisha Reporter https://ift.tt/3mdrx2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages