ମସ୍କୋ: ରୁଷିଆର କାମଚାତକା ଉପଖଣ୍ଡରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ୧୬ ଜଣ ଲୋକଙ୍କୁ ନେଇ ମଝି ଆକାଶରେ ଉଡ଼ୁଥିବା ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ୧୬ ଜଣଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ। ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ପାଇ ଯାଇଥିବା ବେଳେ ଏହା ମଧ୍ୟରେ ଥିବା ଲୋକଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଏମଆଇ-୮ ହେଲିକପ୍ଟରଟି ୧୩ ଜଣ ପର୍ଯ୍ୟଟକ ଓ ୩ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲେ। ତେବେ କ୍ରୋନୋଟସ୍କାଏ ପ୍ରକୃତି ହ୍ରଦ ନିକଟରେ ଥିବା ଲେକ କୁରିଲରେ ହେଲିକପ୍ଟରଟଠି ସିଧା ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଉଦ୍ଧାରକାର୍ଯ୍ୟରେ ୪୦ ଜଣିଆ ଟିମ୍କୁ ନିୟୋଜିତ କରାଯାଇଛି। ହେଲିକପ୍ଟରଟି ଲେକ କୁରିଲରେ ଖସି ପଡ଼ିଥିବାରୁ ପାଣି ଭିତରେ କିଛି ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି। ଏଥିପାଇଁ ବୁଡ଼ାଳୀ ମାନଙ୍କୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି।
ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ୭ ଜଣଙ୍କର କୌଣସି ପତ୍ତା ମିଳୁନି। ସେମାନଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।
ଏହାପୂର୍ବରୁ ଜୁଲାଇ ମାସରେ ଏଠାରେ ଆଉ ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା।
The post ୧୬ ଜଣଙ୍କୁ ନେଇ ଯାଉଥିବା ହେଲିକପ୍ଟର କ୍ରାଶ appeared first on Odisha Reporter.
from Odisha Reporter https://ift.tt/3xzf6QU
No comments:
Post a Comment