ରାଗିଗଲେ ରାଖୀ, କହିଲେ ଗୋଡ଼ ଭାଙ୍ଗିଦେବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ରାଗିଗଲେ ରାଖୀ, କହିଲେ ଗୋଡ଼ ଭାଙ୍ଗିଦେବି

ମୁମ୍ବାଇ: ରାଗିଗଲେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାଓ୍ୱନ୍ତ।  ସୋଶାଲ ମିଡିଆରେ ପ୍ରକାଶ କଲେ ନିଜ ରାଗ। ପୁରା ରାଗରେ ପଞ୍ଚମ ହୋଇଗଲେ ରାଖୀ। କହିଲେ ମହିଳା ହେବାର ଫାଇଦା ଉଠାଅନି। ତୁମେ ମହିଳା ବୋଲି ନିରିହ ଲୋକଙ୍କୁ କ’ଣ ମାଡ ମାରିବା କି ବୋଲି ରାଖୀ ପ୍ରଶ୍ନ ପଚାରିଲେ।

ପ୍ରକୃତରେ ନିକଟରେ ଲକ୍ଷ୍ନୌରେ ଘଟିଥିବା ଘଟଣାକୁ ନେଇ ରାଖୀ ନିଜ ରାଗ ପ୍ରକାଶ କରିଛନ୍ତି।  ଜଣେ ଯୁବତୀ କ୍ୟାବ୍‌ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ୨୨ରୁ ୨୩ ଚାପୁଡା ମାରିଥିଲେ। ଏହି ଭିଡିଓଟି ଭାଇରାଲ ମଧ୍ୟ ହୋଇଥିଲା। ଏହାପରେ ଉକ୍ତ ଯୁବତୀଙ୍କୁ ଚାରିଆଡୁ ବିରୋଧ କରାଯାଇଥିଲା। ଏବେ ଏହି ତାଲିକାରେ ରାଖୀ ମଧ୍ୟ ସାମିଲ ହୋଇଛନ୍ତି। ସେ ଯୁବତୀଙ୍କୁ ବିରୋଧ କରିବା ସହ ଉକ୍ତ କ୍ୟାବ୍‌ ଡ୍ରାଇଭରଙ୍କ ସମର୍ଥନରେ ବାହାରିଛନ୍ତି। ସେ ଉକ୍ତ ଯୁବତୀଙ୍କୁ ଚେତାବନୀ ଦେଇଛନ୍ତି।

ରାଖୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେଆର କରି କହିଛନ୍ତି, `ତୁମେ ମହିଳା ବୋଲି କୌଣସି ନୀରିହ ଲୋକଙ୍କ ଫାଇଦା ଉଠାଅ ନାହିଁ। ଯଦି ମାରପିଟ୍‌ କରିବାର ଏତେ ସଉକ ତା’ହେଲେ ଗ୍ରେଟ୍‌ ଖଲିଙ୍କ ସହ କର। ଯଦି ସାହସ ଅଛି ତେବେ ମୋ ଭାଇ ଗ୍ରେଟ ଖଲିଙ୍କ ସାମ୍ନାକୁ ଆସି ମାର-ପିଟ୍‌ କର।  ତୁମେ ନୂଆରେ କରାଟେ ଶିଖିଛ ଭଲ କଥା, ହେଲେ ତୁମେ ନିରୀହମାନଙ୍କୁ କାହିଁକି ମାରୁଛ? ମୋ ସାମ୍ନାକୁ ଆସ, ମୁଁ ତୁମର ଗୋଡ ଭାଙ୍ଗିଦେବି। ତୁମକୁ ଲଜ୍ଜା ଲାଗିବା ଉଚିତ। ତୁମକୁ ଯଦି ମାଡ ମାରିବାର ଏତେ ସଉକ ଅଛି ତେବେ ଭାରତ-ଚୀନ୍‌ ସୀମାକୁ ଯାଅ, ସେଠାକୁ ଯାଇ ଚୀନ ସହ ଲେଢ଼ଇ କର।’

ଲକ୍ଷ୍ନୌରେ ଘଟିଥିବା ଘଟଣାକୁ ନେଇ ରାଖୀ ନିଜ ରାଗ ପ୍ରକାଶ

ରାଖୀ ଆହୁରି କହିଛନ୍ତି, ମହିଳାମାନଙ୍କ ପାଇଁ ଏକ ଆଇନ୍‌ ତିଆରି ହୋଇଛି, ତେଣୁ ତୁମେ ଏହାର ଫାଇଦା ଉଠାଅ ନାହିଁ। ଯଦି ଯୁବକ ଜଣକଙ୍କ କିଛି ଦୋଷ ନାହିଁ, ତେବେ ଯୁବତୀଙ୍କୁ ଆଇନ୍‌ ନିଜ ହାତରେ ନେବାର କୌଣସି ଅଧିକାର ନାହିଁ। ଉକ୍ତ ଡ୍ରାଇଭରଙ୍କୁ ସମ୍ମାନ ଦେବାକୁ ରାଖୀ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, ଲକ୍ଷ୍ନୌ କୃଷ୍ଣାନଗର ନିକଟସ୍ଥ ଏକ ଅବୈଧ କ୍ରସିଂରେ ଜେଣ ଯୁବତୀ ବିଚ୍‌ ରାସ୍ତାରେ ଜଣେ କ୍ୟାବ୍‌ ଡ୍ରାଇଭରଙ୍କୁ ମାର୍‌ପିଟ୍‌ କରିଥିଲେ। କିଛି ଲୋକେ ଡ୍ରାଇଭର ଜଣଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଯୁବତୀ ଜଣକ ତାଙ୍କ ଉପରେ ମଧ୍ୟ ଭଡକି ଯାଇଥିଲେ। କେବଳ ସେତିକି ନୁହେଁ କ୍ୟାବ ଡ୍ରାଇଭରଙ୍କୁ ମାଡ ମାରିବା ସହ ତାଙ୍କ ଫୋନ ମଧ୍ୟ ତାଙ୍କ ଠାରୁ ଛଡାଇ ନେଇ ଭାଙ୍ଗି ଦେଇଥିଲା। ଏହି ସମସ୍ତ ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ଯୁବତୀଙ୍କ ନାଁ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ଚାରିଆଡୁ ଯୁବତୀଙ୍କୁ ଟ୍ରୋଲ ମଧ୍ୟ କରାଯାଉଛି।

The post ରାଗିଗଲେ ରାଖୀ, କହିଲେ ଗୋଡ଼ ଭାଙ୍ଗିଦେବି appeared first on Odisha Reporter.



from Odisha Reporter https://ift.tt/3fxJW6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages