ବାର୍‌ରେ ଚାଲିଥିଲା ଖେଳ, ସିଲ୍‌ କଲା ବିଡିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

ବାର୍‌ରେ ଚାଲିଥିଲା ଖେଳ, ସିଲ୍‌ କଲା ବିଡିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସିଲ୍ ହେଲା ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ୨ଟି ବାର୍ ପେଣ୍ଟାଗନ୍ ଓ ନଶା । ୨ଟି ବାର୍କୁ ସିଲ୍ କରିଛି ବିଡିଏ । ସଟ୍‌ଡାଉନରେ ପେଣ୍ଟାଗନ୍ ବାରରେ ଜୁଆ ଆଡ୍ଡା ଚାଲିଥିବାରୁ ସିଲ୍ କରାଯାଇଛି । ଗତକାଲି ରାତିରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ।

ସେହିପରି ନସା ବାରରେ ମଦ କାରବାର ଚାଲୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ସପ୍ତାହାନ୍ତ ସଟଡାଉନ୍‌ରେ ବାରରେ ଜୁଆ ଖେଳ ବେଳେ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରୁ ୩ ଯୁବତୀ ଓ ୧୩ ଜଣ ଯୁବକ ଉଦ୍ଧାର ହୋଇଥିଲେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଛି। ସେହିପରି ଜୁଆ ଆଡ୍ଡା ଜମାଇଥିବା ଯୁବକ ଯୁବତୀଙ୍କୁ ଧରି ପୁଲିସ ଥାନାକୁ ନେଇଥିଲା । ସେମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଛି ପୁଲିସ।

ସୂଚନାନୁ ଅନୁଯାୟୀ, ଗତକାଲି ରାତିରେ ଲକ୍ଷ୍ମୀସାଗର ଅଞ୍ଚଳର ପେଣ୍ଟାଗନ ହୋଟେଲରେ ଜୁଆ ଖେଳ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା । କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ହୋଟେଲରେ ଚଢଉ କରିଥିଲା । ଚଢଉ ବେଳେ ୧୩ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ମଧ୍ୟରେ ୩ ଜଣ ଯୁବତୀ ରହିଛନ୍ତି।

The post ବାର୍‌ରେ ଚାଲିଥିଲା ଖେଳ, ସିଲ୍‌ କଲା ବିଡିଏ appeared first on Odisha Reporter.



from Odisha Reporter https://ift.tt/3mnJ5cz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages