କାବୁଲ୍ ଏୟାରପୋର୍ଟ ଉପରେ ରକେଟ୍ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

କାବୁଲ୍ ଏୟାରପୋର୍ଟ ଉପରେ ରକେଟ୍ ମାଡ଼

କାବୁଲ: ତାଲିବାନ ଦ୍ୱାରା ଆଫଗାନିସ୍ତାନ କବଜା ପରେ ପ୍ରଦିଦିନ ଧମାକାର ଶବ୍ଦ ଶୁଣିବାକୁ ମିଳୁଛି। ରବିବାର ଆମେରିକା ଦ୍ୱାରା ଡ୍ରୋନ୍ ଆକ୍ରମଣ ପରେ ସୋମବାର ସକାଳେ ପୁଣି କାବୁଲ ଏୟାରପୋର୍ଟ ନିକଟରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ନ୍ୟୁଜ୍ ଏଜେନ୍ସି ରୟଟର ମୁତାବକ, କାବୁଲ ଏୟାରପୋର୍ଟକୁ ଟାର୍ଗେଟ୍ କରାଯାଇ ୫ଟି ରକେଟ୍ ଦ୍ୱାରା ଆକ୍ରମଣ କରାଯାଇଛି, ଯାହାକୁ ମିସାଇଲ୍ ଡିଫେନ୍ସ ସିଷ୍ଟମ ଇଣ୍ଟରସେପ୍ଟ କରି ପଣ୍ଡ କରିଦିଆଯାଇଛି।

ଆଜି ସକାଳ ପ୍ରାୟ ୬.୪୦ ବେଳେ ଏୟାରପୋର୍ଟ ପାଖରେ ଏହି ହମଲା କରାଯାଇଛି। ଏହି ରକେଟ୍ସକୁ ଏକ କାରରେ ରଖାଯାଇ ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିଲା। ତେବେ ରକେଟକୁ ଟାର୍ଗେଟ୍ କରାଯିବା ପାଇଁ ସେହି ଗାଡ଼ିଟି ଧ୍ୱଂସ ହୋଇଯାଇଛି।

ଏହି ଧମାକା ପରେ କିଛି ସ୍ଥାନରେ ନିଆଁ ଲାଗିଥିବା ବେଳେ ପ୍ରବଳ ଧୂଆଁ ଉଠୁଥିବାର ଦେଖିବାକୁ ମିଳିଛି। ଏହାଦ୍ୱାରା ଅନେକ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥି ମଧ୍ୟରୁ ଗୋଟିଏ ରକେଟ୍ ଜଣଙ୍କ ଘର ଭିତରେ ପଶିଯାଇଥିଲା। ସୋମବାର ସକାଳେ ହୋଇଥିବା ହମଲାକୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଆମେରିକା ଏନଏସଏ ଓ ଚିଫ୍ ଅଫ୍ ଷ୍ଟାଫ୍ ଏ ସମ୍ବନ୍ଧରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦେଇଛି। ଆମେରିକା ମୁତାବକ, ସେମାନଙ୍କର ଉଦ୍ଧାର ଅପରେସନ୍ ବିନା ବାଧାରେ ଜାରି ରହିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ଆମେରିକା ସେନାକୁ କାବୁଲ ଛାଡ଼ିବ ଏବଂ ଏହା ପୂର୍ବରୁ କାବୁଲ ଏୟାରପୋର୍ଟ ଓ ଏହାର ଆଖାପାଖ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ପୂର୍ବରୁ ମଧ୍ୟ କାବୁଲ ଏୟାରପୋର୍ଟରେ ଆତଙ୍କୀ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୧୩ ଆମେରିକୀୟ ସୈନିକଙ୍କ ସମେତ ଶତାଧିକ ଲୋକଙ୍କର ପ୍ରାଣହାନୀ ହୋଇଥିଲା।

ଏହା ପରେ ଆମେରିକା ଦ୍ୱାରା କାବୁଲରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା, ଯେଉଁଥିରେ ଆଇଏସଆଇଏସ୍-କେର ଆତଙ୍କୀଙ୍କୁ ଟାର୍ଗେଟ୍ କରାଯାଇଥିଲା। ରବିବାର ହୋଇଥିବା ଗୋଟିଏ ଏୟାର ଷ୍ଟ୍ରାଇକରେ ଜଣେ ସାଧାରଣ ଲୋକଙ୍କର ଜୀବନ ଚାଲିଯାଇଥିଲା। ହେଲେ ଆମେରିକାପକ୍ଷରୁ ପୂର୍ବରୁ ହିଁ ଆଲର୍ଟ କରାଯାଇଥିଲା ଯେ ଅଗଷ୍ଟ ୩୧ ତାରିଖ ଯାଏ କାବୁଲ ଏୟାରପୋର୍ଟ ନିକଟରେ ଆକ୍ରମଣ କରାଯିବ।

The post କାବୁଲ୍ ଏୟାରପୋର୍ଟ ଉପରେ ରକେଟ୍ ମାଡ଼ appeared first on Odisha Reporter.



from Odisha Reporter https://ift.tt/2Y9FEfB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages