`ଦୁଷ୍କର୍ମକୁ ରାଜନୈତିକ ଅସ୍ତ୍ର କରୁଛନ୍ତି ମମତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

`ଦୁଷ୍କର୍ମକୁ ରାଜନୈତିକ ଅସ୍ତ୍ର କରୁଛନ୍ତି ମମତା’

କୋଲକାତା: ମମତା ସରକାରରେ ଅସୁରିକ୍ଷିତ ନାରୀ! ମା’ ମାଟି, ମାନୁଷ ମମତା ସରକାରରେ ଏବେ ନାରୀ ଅସୁରିକ୍ଷିତ। ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥବା ଅଭିଯୋଗ।  ବିରେଧୀ ବିଜେପି ଏହାକୁ ନେଇ ଟଏମ୍‌ସି ସରକାର ଉପରେ ବର୍ଷିଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଦୁଷ୍କର୍ମକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ମମତା।

ଗତକାଲି ମମତା ସରକାରଙ୍କ ବିଧାନସଭା କ୍ଷେତ୍ର ବାଗନାନରେ ଜଣେ ବିଜେପି କର୍ମୀ ହରିସାଦନ ପାଲଙ୍କ ମୁକ ପତ୍ନୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏନେଇ ପୀଡିତା ପୁଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଶନିବାର ରାତିରେ ପୀଡିତା ଜଣକ ଘରେ ଏକା ଥିବା ବେଳେ ତାଙ୍କ ସ୍ୱାମୀ (ବିଜେପି କର୍ମୀ) କୋଲକାତା ଯାଇଥିଲେ। ବିଳମ୍ବିତ ରାତିରେ ଟିଏମ୍‌ସି ବ୍ଲକ ଅଧ୍ୟକ୍ଷ କୁତୁବୁଦ୍ଦିନ ମଲିକ ଏବଂ ଟିଏମ୍‌ସି ଯୁବ ଅଧ୍ୟକ୍ଷ ଦେବାଶିଷ ରାଣାଙ୍କ ସମେତି ତିନି ଜଣ ବିଜେପି କର୍ମୀଙ୍କ ଘରେ ପହଞ୍ଚିଥିଲେ। ଘରେ ପସି ପୀଡିତାଙ୍କ ହାତ ଗୋଡ ବାନ୍ଧି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ରବିବାର ସକାଳେ ବିଜେପି କର୍ମୀ ଘରେ ପହଞ୍ଚିବା ପରେ ପତ୍ନୀ ସମସ୍ତ ଘଟଣା ବିଷୟରେ କହିଥିଲେ। ଏହାପରେ ପୀଡିତା ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ତିନି ଜଣ ଫେରାର ଅଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ହସ୍ପିଟାଲ ଯାଇ ପୀଡିତାଙ୍କୁ  ଭେଟିଛନ୍ତି। ଏହାପରେ ସୋମାବାର ଏହି ଘଟଣାକୁ ନେଇ ଟୁଇଟ୍‌ କରି ମମତା ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ‘ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଗଡରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହେଉଛି। ଏହା ସବୁଠାରୁ ଲଜ୍ଜାଜନକ ବିଷୟ। ମମତାଙ୍କ ସରକାରରେ ବଳାତ୍କାରକୁ ଏକ ରଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି। ଏଭଳି ଅମାନୁଷିକ ଅପରାଧର ଅପରାଧୀଙ୍କୁ ସୁରକ୍ଷିତ ଦେବାପାଇଁ ପ୍ରଶାସନ ଏବଂ ପୁଲିସ ମିଳିତ ଭାବେ ଚେଷ୍ଟା କରୁଛନ୍ତି, ଯାହା ବିଡମ୍ବନାର ବିଷୟ। ନ୍ୟାୟ ନ ମିଳିବା ଯାଏଁ ମୁଁ ଚୁପ୍‌ ବସିବି ନାହିଁ।’

ସୂଚନା ମୁତାବକ ପଶ୍ଚିମବଙ୍ଗ ବିଧନାସଭା ନିର୍ବାଚନ ପୂର୍ବରୁ ଏବଂ ପରେ ରାଜ୍ୟରେ ହିଂସା ବଢ଼ି ଚାଲିଛି। ତନ୍ମମଧ୍ୟରୁ ନିର୍ଯାତନା ଏବଂ ଦୁଷ୍କର୍ମ ସର୍ବାଧିକ ରହିଛି।  ବିଧନସଭା ନିର୍ବାଚନ ବେଳେ ଜଣେ ବିଜେପି କର୍ମୀ ଘରେ ପଶି  ଜଣେ ବୃଦ୍ଧା ମା’ଙ୍କୁ ଟିଏମ୍‌ସି ମାଡ ମାରି ଲହୁଲହାଣ କରି ଦେଇଥିଲେ। ପରେ ସେହି ମହିଳାଙ୍କ ମ୍ୟତ୍ୟୁ ଘଟିଥିଲା। ନିର୍ବାଚନ ପରେ ପରେ ନନ୍ଦିଗ୍ରାମରେ ମଧ୍ୟ ଜଣେ ବିଜେପି କର୍ମୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ସହ ମାରପିଟ୍‌ କରିଯାଇଥିବା ଅଭିଯୋଗ ହୋଇଥିଲା।

The post `ଦୁଷ୍କର୍ମକୁ ରାଜନୈତିକ ଅସ୍ତ୍ର କରୁଛନ୍ତି ମମତା’ appeared first on Odisha Reporter.



from Odisha Reporter https://ift.tt/3lLkTR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages