ଗୌହାଟୀ: ଭାରତରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର କରୋନା ଟିକା ଓ ଔଷଧକୁ ଜବତ କରିଛି ମଣିପୁର ପୁଲିସ୍। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ପଚାରାଉଚରା ପାଇଁ ସମସ୍ତଙ୍କୁ ପୁଲିସ୍ ଶୁକ୍ରବାର ଯାଏ ରିମାଣ୍ଡରେ ଆଣିଛି।
ପୁଲିସ୍ କହିଛି ଯେ ରବିବାର ୩ ଜଣ ଯୁବକ ଗୋଟିଏ ଗାଡ଼ିରେ ବିପୁଳ ପରିମାଣର କୋଭିସିଲ୍ଡ ଭିଆଲ୍ସ, ରେମଡେସିଭିର ଓ ଅନ୍ୟାନ୍ୟ ମେଡିସିନ ନେଇ ଯାଉଥିଲେ। ପୁଲିସ୍ ସେମାନଙ୍କ ଗାଡ଼ିକୁ ଜାତୀୟ ରାଜପଥ ୨ ନିକଟ ହେଇଜିନଗାଙ୍ଗ ସୁପର ମାର୍କେଟ ନିକଟରେ ଚେକିଂ କରିଥିଲା।
ସେମାନଙ୍କୁ ମେଡିସିନ ଚାଲାଣର ଉପଯୁକ୍ତ କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା। ହେଲେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ଏହି କାରଣରୁ ପୁଲିସ୍ ୩ ଯୁବକଙ୍କୁ ଗିରଫ କରିବା ସହ ଗାଡ଼ି ଓ ମେଡିସିନକୁ ଜବତ କରିଛି। ପଚରାଉଚରା ବେଳେ ୩ ଜଣ ଯାକ ଏସବୁ ଜିନିଷ ମୋରେ ସୀମାନ୍ତ ଦେଇ ମିଆଁମାରକୁ ଚୋରା ଚାଲାଣ ହେବାର ଥିବା ବୋଲି ସୂଚନା ଦେଇଛନ୍ତି।
୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ମଣିପୁରରେ ହୋଇଥିବା ବେଳେ ଜଣଙ୍କ ଘର ବିହାରରରେ। ଏବେ ଏହି ମେଡିସିନ ଚୋରା ଚାଲାଣ ପଛରେ ଆଉ କେଉଁମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଉଥିବା ପୁଲିସ୍ କହିଛି।
The post ଭାରତରୁ ମିଆଁମାରକୁ ଚାଲାଣ ହେଉଥିଲା କୋଭିସିଲ୍ଡ ଭିଆଲ୍ସ ଓ ରେମଡେସିଭିର, କିନ୍ତୁ.. appeared first on Odisha Reporter.
from Odisha Reporter https://ift.tt/3ydqimE
No comments:
Post a Comment