ଘରେ ସୁଖ, ଶାନ୍ତି ବଜାୟ ରଖିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ କାଏମ ରଖିବା ପାଇଁ ବହୁ ଲୋକ ବାସ୍ତୁ ଟିପ୍ସକୁ ଅନୁସରଣ କରିଥାନ୍ତି। ବେଳେ ବେଳେ ଆମେ ବିଭିନ୍ନ ବାସ୍ତୁ ଟିପ୍ସକୁ କଡ଼ାକଡ଼ି ଭାବେ ଅନୁପାଳନ କରୁଥିଲେ ମଧ୍ୟ ଘରେ ପଡ଼ିଥିବା କିଛି ଜିନିଷ ପାଇଁ ଆମକୁ ନାନା ହଇରାଣ ହେବାକୁ ପଡ଼େ। ବାସ୍ତୁ ଦୋଷ ଯୋଗୁ ଘରେ ପଇସା ରହିପାରେନି ଓ ଘରର ସଦସ୍ୟ ବେମାର ପଡ଼ନ୍ତି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଖରାପ ହୋଇ ପଡ଼ିଥିବା ତଥା କାମରେ ଆସୁ ନ ଥିବା କିଛି ଜିନିଷ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜାଣନ୍ତୁ, ଏଥିରୁ କିପରି ମୁକ୍ତି ପାଇପାରିବେ।
–କୁହାଯାଏ ଘଣ୍ଟା ସବୁବେଳେ ଜୀବନକୁ ଆଗକୁ ନେଇ ଯାଇଥାଏ। ଏପରିକି ଖରାପ ସମୟ ବି ଟଳି ଯାଇଥାଏ। କିନ୍ତୁ ଘରେ ବନ୍ଦ ଘଡ଼ି ବିଲକୁଲ ରଖିବା ଉଚିତ ନୁହେଁ। ବନ୍ଦ ଘଡ଼ି ଭାଗ୍ୟାକାଶରେ କଳା ବାଦଳ ଘୋଟି ଦେଇଥାଏ ଓ ଦୁଃଖ ସମୟ ଯିବା ନାଁ ଧରି ନ ଥାଏ।
–ଘରେ ଖରାପ ତାଲା ଆପଣଙ୍କ ଜୀବନରେ କିଛି ଶୁଭ ଖବର ଘଟିବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ । କୁହାଯାଏ, ଘରେ ଖରାପ ତାଲା ଥିଲେ କ୍ୟାରିଅର ରେ ବାଧା ସୃଷ୍ଟି ହୋଇଥାଏ ଓ ବିବାହରେ ବି ବିଳମ୍ବ ହୋଇଥାଏ।
– ଶାସ୍ତ୍ର ଅନୁଯାୟୀ, ଜୋତା, ଚପଲର ସମ୍ପର୍କକୁ ସଂଘର୍ଷ ବେଳର କାହାଣୀ ସହ ଯୋଡ଼ା ଯାଇଥାଏ। ତେଣୁ ଜୀବନରେ ସଂଘର୍ଷକୁ କମ୍ କରିବା ପାଇଁ ସବୁବେଳେ ଭଲ ଓ ସଫା ଜୋତା, ଚପଲ ପିନ୍ଧିବା ଆବଶ୍ୟକ। ଘରେ ଥିବା ତଥା ବ୍ୟବହୃତ ହେଉ ନ ଥିବା ଜୋତାକୁ ତୁରନ୍ତ ଘରୁ ଫୋପାଡ଼ି ଦେବା ଦରକାର।
–କୁହାଯାଏ, ବସ୍ତ୍ରର ସମ୍ପର୍କ ସିଧାସଳଖ ବ୍ୟକ୍ତିର ଭାଗ୍ୟ ସହ ଯୋଡ଼ି ହୋଇଥାଏ। ଏଥିଲାଗି ବ୍ୟକ୍ତିକୁ ସବୁବେଳେ ସଫାସୁତୁରା ଓ ଉପଯୋଗୀ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଫାଟି ଯାଇଥିବା ତଥା ପୁରୁଣା କପଡ଼ାକୁ ଘରେ ନ ରଖି ତାକୁ ବାହାର କରିଦେବା ଉଚିତ। ନଚେତ କ୍ୟାରିଅର ଆଗରେ ଏହା ବାଧା ହୋଇ ଯାଇଥାଏ ବୋଲି ବିଶ୍ୱାସ ରହିଛି।
–ଶାସ୍ତ୍ର ଅନୁଯାୟୀ, ଘରେ ଥିବା ଭଗବାନଙ୍କ ମୂର୍ତ୍ତି ତଥା ଚିତ୍ରରୁ ଏକପ୍ରକାର ସକରାତ୍ମକ ଉର୍ଜ୍ଜା ବାହାରିଥାଏ। କିନ୍ତୁ ଯଦି ଏହା ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବ ତେବେ ସେଥିରୁ ନକରାତ୍ମକ ଉର୍ଜ୍ଜା ବାହାରିବ । ତେଣୁ ଘରେ ଥିବା ଖଣ୍ଡ ବିଖଣ୍ଡିତ ମୂର୍ତ୍ତି କିମ୍ବା ଚିରି ଯାଇଥିବା ଭଗବାନଙ୍କ ଛବିକୁ ମାଟି ଖୋଳି ପୋତି ଦେବା ଦରକାର , ନଚେତ ତାହାକୁ ପାଣିରେ ପ୍ରବାହିତ କରିଦେବା ଦରକାର।
The post ଘରେ ରଖିଛନ୍ତି କି ଏପରି ଜିନିଷ, ଭାଗ୍ୟାକାଶରେ ଘୋଟିପାରେ କଳା ବାଦଲ appeared first on Odisha Reporter.
from Odisha Reporter https://ift.tt/3lwEm7X
No comments:
Post a Comment