ରିଲିଜ ପୂର୍ବରୁ ଦି ଏଣ୍ଡ ହେଲା ଷ୍ଟୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ରିଲିଜ ପୂର୍ବରୁ ଦି ଏଣ୍ଡ ହେଲା ଷ୍ଟୋରି

ମୁମ୍ବାଇ:  ରିଲିଜ ପୂର୍ବରୁ ବେଶ୍‌ ଚର୍ଚ୍ଚା ସାଉଣ୍ଟିଥିବା ‘ଦ ଇମୋର୍ଟଲ ଅଫ୍‌ ଅଶ୍ୱତ୍ଥାମା’ ଫିଲ୍ମର ହୋଇ ଯାଇଛି ଦି ଏଣ୍ଡ୍‌। ଏହି ଫିଲ୍ମରେ ଭିକି କୌଶଲ ଓ ସାରା ଅଲ୍ଲି ଖାନ୍‌ଙ୍କ କେମେଷ୍ଟ୍ରି ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଏବେ କିନ୍ତୁ ସେଥିରେ ପଡ଼ିଛି ପୂର୍ଣ୍ଣଛେଦ। ରିଲିଜ ପୂର୍ବରୁ ହିଁ ଫିଲ୍ମଟି କୋଲ୍ଡ ଷ୍ଟୋରକୁ ଚାଲି ଯାଇଛି।  କରୋନା ସମୟରେ ପ୍ରାୟ ୩୦ କୋଟି ଖର୍ଚ୍ଚ ହେବା ପରେ ମଧ୍ୟ ଫିଲ୍ମଟି ନ ସରିବାରୁ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି ପ୍ରଡ୍ୟୁସର ରାନି ଶୃବାଲା ।

ସାରା ଅଲ୍ଲି ଖାନ ଓ ଭିକି କୌଶଲ।

ମିଡିଆ ରିପୋର୍ଟ ଅନୁଯାୟୀ, ଅଶ୍ୱତ୍ଥାମା ଫିଲ୍ମକୁ ରାନି ଶୃବାଲା ପ୍ରଡ୍ୟୁସ୍‌ କରୁଥିବା ବେଳେ ଆଦିତ୍ୟ ଧର ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ। ପ୍ରାୟ ୨ ବର୍ଷ ହେବ ଏହି ଫିଲ୍ମ କାମ ଚାଲିଥିଲା। ଏହି ଫିଲ୍ମରେ ଭିକି ଓ ସାରାଙ୍କ ଷ୍ଟଣ୍ଡ ସିନ୍‌ ଥିବା ବେଳେ ତାଙ୍କ ଟ୍ରେନିଂ ପାଇଁ ବିଦେଶରୁ ପ୍ରଫେସନାଲ ଟିମ୍‌ ମଗାଯାଇଥିଲା। ଏଥିସହ ସୁଟ୍‌ ପାଇଁ ଫରେନ୍‌ ଲୋକେସନ ବଛା ସରିଥିଲା। ଏଥିନିମନ୍ତେ ୩୦ କୋଟି ଖର୍ଚ୍ଚ ସରିଥିଲେ ବି ଫିଲ୍ମ ସରିବା ନାଁ ଧରୁ ନ ଥିଲା। ଏହାବାଦ କରୋନା ସମୟରେ ସିନେମା ହଲ୍‌ ବନ୍ଦ ରହୁଥିବା ବେଳେ ବିଗ୍‌ ପ୍ରୋଜେକ୍ଟ ଫିଲ୍ମ ବେପାର ଦେଇପାରିବ କି ନାଁ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ପ୍ରଡ୍ୟୁସର ।

ବଲିଉଡ଼ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ।

ଏହି ଫିଲ୍ମ ଭିକିଙ୍କ କ୍ୟାରିଅରର ଏକ ବିଗ୍‌ ପ୍ରୋଜେକ୍ଟ ଥିବା ବେଳେ ଏହାକୁ ନେଇ ସେ ଖୁବ୍‌ ଏକ୍ସଟାଇଟେଡ ଥିଲେ। ଏଥିନିମନ୍ତେ ତାଙ୍କ ଲୁକ୍‌ ଫାଇନାଲ ହୋଇ ସାରିଥିବା ବେଳେ ଏହାର ଏକ ଫଟୋ ସେ ଡାଇରେକ୍ଟର ସହ ଛାଡ଼ିଥିଲେ। କିନ୍ତୁ ଏବେ ଫିଲ୍ମଟି କୋଲ୍ଡ ଷ୍ଟୋରକୁ ଚାଲିଯାଇଥିବା ବେଳେ ଖୁବ୍‌ ଡିପ୍ରେସ ହୋଇଯାଇଛନ୍ତି ଉରି ଫେମ୍‌ ଭିକି କୌଶଲ।

ଭିକିଙ୍କ ୱର୍କ ଫ୍ରଣ୍ଟ ବିଷୟରେ କଥା ହେଲେ ସର୍ଦ୍ଦାର ଉଦ୍ଧମ ସିଂଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ସେ ମେନ୍‌ ଲିଡ୍‌ରେ ନଜର ଆସିବେ। ଏହାବାଦ ସାରା ଅଲ୍ଲି ଖାନ ‘ଅତରଙ୍ଗୀ’ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରିବେ।

The post ରିଲିଜ ପୂର୍ବରୁ ଦି ଏଣ୍ଡ ହେଲା ଷ୍ଟୋରି appeared first on Odisha Reporter.



from Odisha Reporter https://ift.tt/2WwovMc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages