ଅଭିଯୋଗକାରୀ ହିଁ କରିଥିଲା ଚୋରି, ଶେଷରେ ସତ ଓଗାଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 2, 2021

ଅଭିଯୋଗକାରୀ ହିଁ କରିଥିଲା ଚୋରି, ଶେଷରେ ସତ ଓଗାଳିଲା

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଏକ ଚୋରି ଘଟଣାର ଛାନଭିନ କରୁ କରୁ ପୁଲିସ୍‌ ପାଇଲା ରୋଚକ ତଥ୍ୟ।  ଯିଏ ଅଭିଯୋଗ କରିଥିଲା ସେ  ହିଁ ସାଜିଥିଲା ଚୋର । ନିଜ ଭାଇ ଆଖିରେ ଧୂଳି ଦେଇ ସବୁ ଟଙ୍କା ହଡ଼ପ କରିବା ଅଭିଯୋଗରେ ରଚା ଯାଇଥିଲା ଏପରି ପୂରା ଗେମ୍‌ ପ୍ଲାନ୍‌। ନିଜେ ଟଙ୍କା ଲୁଚାଇ ଆଣିଥିଲା ଚୋରି ଅଭିଯୋଗ। ହେଲେ ଶେଷରେ ପୁଲିସ୍‌ ପଚରାଉଚରା ସମୟରେ ସତ ଓଗାଳିଲା ଅଭିଯୋଗକାରୀ। ତାଙ୍କ ଘରୁ ପୁଲିସ୍‌ ୨୪ ଲକ୍ଷ ଟଙ୍କା ଓ  ସୁନା ଅଳଙ୍କାର ଜବତ କରିଛି। ଶେଷରେ ଯିଏ ଅଭିଯୋଗ କରିଥିଲା, ତାକୁ ହିଁ ବାନ୍ଧିଲା ପୁଲିସ୍‌।  ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ଥାନା ଅଂଚଳରେ ।

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀ ଷଷ୍ଠ ଲାଇନରେ ରହୁଥିବା ବି. ବିଶ୍ୱ ଗଣପତି ଶର୍ମା ଓ ତାଙ୍କ ମା’  ଆନ୍ଧ୍ର ଯାଇଥିବା ବେଳେ କେହି ତାଙ୍କ ଘରେ ପଶି ୩୦ ଲକ୍ଷ ଟଙ୍କା ଓ ୧୦  ଭରି ସୁନା ଚୋରି କରି ନେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ  । ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ସଦର ପୁଲିସ୍‌ ତନାଘନା ଆରମ୍ଭ କରିଥିଲା । ସାଇଂଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଛାନଭିନ କରି ପୁଲିସ୍‌ ଯାହା ପାଇଲା ତାହାକୁ ବିଶ୍ୱାସ କରିବା ସହଜ ନ ଥିଲା।

। ତଦନ୍ତ ବେଳେ ଅଭିଯୋଗକାରୀ ବିଶ୍ଵନାଥ ଉପରେ ପୁଲିସ୍‌ର ସନ୍ଦେହ ବଢ଼ିଲା।  ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ ଆନ୍ଧ୍ରପ୍ରଦେଶ ପାଲକୋଣ୍ଡା ଯାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୋଗ କରି ବିଶ୍ୱ ଗଣପତିଙ୍କ ଉପରେ ସନ୍ଦେହ ହେବାରୁ ଜେରା କଲାବେଳେ ସତକଥା ମାନି ଯାଇଥିଲା ।

ନିଜ ଭାଇକୁ ଲୁଚାଇ ଟଙ୍କା ହଡ଼ପ କରିବା ନିମନ୍ତେ ବିଶ୍ୱନାଥ ବିଛାଇଥିଲେ ଏପରି ସୁଚିନ୍ତିତ ଜାଲ। ନିଜର ଏକ ଜାଗା କିଣିବା ପାଇଁ ସେ ଘରେ ଟଙ୍କା ଲୁଚାଇ ଚୋରିର ନାଟକ କରିଥିଲେ। ବିଶ୍ୱ ଗଣପତିଙ୍କଠାରୁ ପାଇଥିବା  ସୂଚନା ମୁତାବକ ପୁଲିସ୍‌ ତାଙ୍କ ରାୟଗଡ଼ାସ୍ଥିତ ଘରୁ  ହିଁ   ୨୪ ଲକ୍ଷ ଟଙ୍କା ଓ ସୁନା ଗହଣା  ଜବତ କରିଛି । ଅବଶିଷ୍ଟ ୬ ଲକ୍ଷ ଟଙ୍କା ଜବତ ପାଇଁ ଅଭିଯୁକ୍ତକୁ  ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ପୁଲିସ୍‌ କହିଛି।

ଏନେଇ ରାୟଗଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ କହିଛନ୍ତି,  ୩୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ଲୁଟ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍‌ ଗଠିତ ହୋଇଥିଲା।  ଛାନଭିନ ବେଳେ ଘରେ ଟଙ୍କା ଲୁଚା ଯାଇଥିବା ଜଣାପଡ଼ିଥିଲା। ଏହାପରେ ଘରୁ ୨୪ ଲକ୍ଷ ଓ ସୁନା ଘରୁ ମିଳିଲା। ଜାଗା କିଣିବା ପାଇଁ ଭାଇକୁ ଲୁଚାଇକି ଏହି ନାଟକ କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ।

The post ଅଭିଯୋଗକାରୀ ହିଁ କରିଥିଲା ଚୋରି, ଶେଷରେ ସତ ଓଗାଳିଲା appeared first on Odisha Reporter.



from Odisha Reporter https://ift.tt/37hCuHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages