ବଦଳିକୁ ବିରୋଧ କରି ବିକ୍ଷୋଭ, ବିଷ ପିଇଦେଲେ ୫ ଶିକ୍ଷୟିତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ବଦଳିକୁ ବିରୋଧ କରି ବିକ୍ଷୋଭ, ବିଷ ପିଇଦେଲେ ୫ ଶିକ୍ଷୟିତ୍ରୀ

କୋଲକାତା: ବଦଳିକୁ ବିରୋଧ କରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୫ ଜଣ ସରକାରୀ ସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ ବିଷ ପିଇ ଦେଇଛନ୍ତି। ସେମାନେ ଶିକ୍ଷା ବିଭାଗ ଅଫିସ ଆଗରେ ବିକ୍ଷୋଭ କରିବା ବେଳେ ଏପରି ପଦକ୍ଷେପ ନେଇଛନ୍ତି। ପୁଲିସ୍‌ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏହି ଘଟଣା ଘଟିଛି। ବିଷ ପିଇବା ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୫ ଜଣଙ୍କ ମଧ୍ୟରୁ ୨ ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଘଟଣା ସ୍ଥଳକୁ ଫରେନ୍ସିକ ଟିମ୍‌ ଯାଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପିଇଥିବା ବିଷର ନମୁନା ସଂଗ୍ରହ କରିଛି।

ମିଳିଥିବା ସୂଚନା ଅନୁସାରେ, ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର କୋଲକାତାର ସଲ୍ଟ ଲେକ୍ ଠାରେ ଥିବା ବିକାଶ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକାଶ ଭବନରେ ଶିକ୍ଷା ବିଭାଗର ଅଫିସ ରହିଛି। ନିଯୁକ୍ତି ଓ ବଦଳି ପ୍ରସଙ୍ଗକୁ ନେଇ ଚୁକ୍ତିଭିତ୍ତିକ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ବିକ୍ଷୋଭ ସ୍ଥଳରେ ପୁଲିସ୍‌ ପହଞ୍ଚିବା ପରେ ଆନ୍ଦୋଳନକାରୀମାନେ ଶିକ୍ଷାମନ୍ତ୍ରୀ ବାର୍ତ୍ୟା ବାସୁଙ୍କୁ ଦେଖାକରିବାକୁ ଦାବି କରିଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ୫ ଜଣ ଶିକ୍ଷୟିତ୍ରୀ ନିଜ ପାଖରେ ରଖିଥିବା ବିଷ ବୋତଲ ଖୋଲି ଏହାକୁ ପିଇ ଦେଇଥିଲେ।

ବିଷ ପିଇଥିବା ଶିକ୍ଷୟିତ୍ରୀମାନେ ହେଲେ ପୁତୁଲ ମଣ୍ଡଳ, ଶିକ୍ଷା ଦାସ, ଜୋତ୍ସ୍ନା ଟୁଡୁ, ଛବି ଦାସ ଓ ଅନୀମା ରାୟ। ଏମାନେ ବିଷ ପିଇ ଅଚେତ ହୋଇଯିବାରୁ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଶିକ୍ଷା ଦାସ ଓ ଜୋତ୍ସ୍ନା ଟୁଡୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏମାନଙ୍କ ଘର ଗୋଟିଏ ସ୍ଥାନରେ ହୋଇଥିବା ବେଳେ ସେମାନଙ୍କୁ ବହୁ ଦୂରକୁ ବଦଳି କରାଯାଉଛି। ଏହି କାରଣରୁ ସେମାନେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।

The post ବଦଳିକୁ ବିରୋଧ କରି ବିକ୍ଷୋଭ, ବିଷ ପିଇଦେଲେ ୫ ଶିକ୍ଷୟିତ୍ରୀ appeared first on Odisha Reporter.



from Odisha Reporter https://ift.tt/3sNXgce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages