ଆଫଗାନରୁ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 24, 2021

ଆଫଗାନରୁ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ଆଫଗାନିସ୍ତାନରୁ ଉଦ୍ଧାର ହୋଇ ଆସୁଥିବା ଜଣଙ୍କ ପରେ ଜଣେ କରୋନା ପଜିଟିଭ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ଆଫଗାନରୁ ଆସିଥିବା ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ପୁଣି ସମାନ ଘଟଣା ଘଟିଛି। ମଙ୍ଗଳବାର ଆଫଗାନରୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି କାରଣରରୁ ସମସ୍ତ ୭୮ ଜଣ ଲୋକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ୧୬ ଜଣଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ତଥାପି ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ହୋଇଥିବା ବ୍ୟକ୍ତଙ୍କ ମଧ୍ୟରେ ୩ ଜଣ ଗ୍ରନ୍ଥ ବାହାକ ରହିଛନ୍ତି। ସେମାନେ ଆଫଗାନରୁ ଗୁରୁ ଗ୍ରନ୍ଥସାହିବକୁ ଭାରତ ଆଣିଥିଲେ। ଏହି ଗ୍ରନ୍ଥକୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଦିଲ୍ଲୀ ଏୟାରପୋର୍ଟରେ ଗ୍ରହଣ କରିବା ସହ ମୁଣ୍ଡରେ ବୋହି ନେଇଥିଲେ। ତେଣୁ ସେ ମଧ୍ୟ ଭାଇରସ ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି କୁହାଯାଉଛି।

ଭାରତ ସରକାର ଅପରେସନ ଦେବୀ ଶକ୍ତି ନାଁରେ ତାଲିବାନ ଦଖଲରେ ଥିବା ଆଫଗାନରୁ ଭାରତୀୟଙ୍କ ସହ ଅନ୍ୟ ଲୋକମାନଙ୍କୁ ଏୟାରଲିଫ୍ଟ କରୁଛନ୍ତି। ଏଯାଏ ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ କାବୁଲରୁ ସ୍ୱଦେଶ ଅଣାଯାଇଛି। ଏମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୩୦୦ରୁ କମ ରହିଛି।

କାବୁଲରୁ ଆସୁଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ଭାରତ ସରକାର ଗତକାଲି ନୂଆ ନିୟମ ଲାଗୁ କରିଛନ୍ତି। ଆଫଗାନରୁ ଆସୁଥିବା ଲୋକମାନେ ଏଣିକି ଭାରତ ଆସିଲେ ବାଧ୍ୟତାମୂଳକ ଭାବେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଦିଲ୍ଲୀର ଆଇଟିବିପିର ପ୍ରତିଷ୍ଠାନରେ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

The post ଆଫଗାନରୁ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/3yk9nP3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages