ପ୍ରଧାନ ବିଚାରପତିଙ୍କ ଅସନ୍ତୋଷ ପରେ ଆଉ ଦୁଇ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 8, 2021

ପ୍ରଧାନ ବିଚାରପତିଙ୍କ ଅସନ୍ତୋଷ ପରେ ଆଉ ଦୁଇ ଗିରଫ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ହୋଇଛି। ସିବିଆଇ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନ ସେତେବେଳେ ଆସିଛି ଯେତେବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅସନ୍ତୋଷ ପ୍ରକାଶ କରି କହିଥିଲେ, ‘କିଛି ମାମଲାରେ ଗ୍ୟାଙ୍ଗଷ୍ଟର ଏବଂ ହାଇ ପ୍ରୋଫାଇଲ୍ ଅଭିଯୁକ୍ତ ଜଡିତ ରହିଛନ୍ତି। ସେମାନେ ବିଚାରପତିଙ୍କୁ ଶାରୀରିକ ତଥା ମାନସିକ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଲୋକଙ୍କୁ ସୁହାଇଲା ଭଳି ନ୍ୟାୟ ନମିଳୁଛି ତାହେଲେ ବିଚାରପତିଙ୍କୁ ବଦନାମ କରିବା ପାଇଁ ନୂଆ ଧାରା ସୃଷ୍ଟି ହୋଇଛି। ଏଥିପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରାଯାଉଛି’।

ଅଗଷ୍ଟ ୬ ତାରିଖରେ ଝାଡ଼ଖଣ୍ଡ ଧାନବାଦର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଏପରି କହିଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ ଦୁଇ ବର୍ଶ ତଳର। ସେତେବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ତିନି ଜଣଙ୍କୁ ଗିରଫ କରିଥିଲା। ଏବେ ଆଉ ଦୁଇ  ଜଣଙ୍କୁ ଗିରଫ କରାଯାଇଛି। ଏବେ ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନିକଟରେ କୁଏତରୁ ଫେରିଥିଲେ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ଧାନବାଦ ବିଚାରପତିଙ୍କ ମୃତ୍ୟୁ ମାମଲାର ଶୁଣାଣି କରିବେ ବେଳେ ଜଷ୍ଟିସ ଏନଭି ରମନ୍ନା କହିଥିଲେ, ତଦନ୍ତରେ ନ୍ୟାୟପାଳିକାକୁ ସହଯୋଗ କରୁନାହାନ୍ତି ସିବିଆଇ, ଗୁଇନ୍ଦା ଅଧିକାରୀ (ଆଇବି)। ବିଚାରପତି ତଦନ୍ତ ପାଇଁ ସୁପାରିଶ କରିବା ପରେ ବି ଜବାବ ମିଳୁନି। ତେଣୁ ଏବାବଦରେ ସବିଶେଷ କାରଣ ଜଣାଇବା ପାଇଁ ବିଚାରପତି ସିବିଆଇକୁ ସମନ କରିଛନ୍ତି। ଆସନ୍ତାକାଲି ସୋମବାର କୋର୍ଟରେ ଏହି ପ୍ରସଙ୍ଗର ସିବିଆଇ ଉତ୍ତର ରଖିବ। ଏହା ପୂର୍ବରୁ ଦୁଇ ଜଣଙ୍କୁ ସିବିଆଇ ଗିରଫ କରିଛି।

The post ପ୍ରଧାନ ବିଚାରପତିଙ୍କ ଅସନ୍ତୋଷ ପରେ ଆଉ ଦୁଇ ଗିରଫ appeared first on Odisha Reporter.



from Odisha Reporter https://ift.tt/3jwPGys

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages