ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।
ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି । ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ। ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରିଦେଇଛନ୍ତି । ସକାଳୁ ଖୋଲୁଥିବା ଜିଲ୍ଲା ମୁଖ୍ୟ ଡାକଘର ସାମ୍ନାରେ ପୋଷ୍ଟର ଲଗାଇ କଂଗ୍ରେସ ନେତା ଓ କର୍ମୀ ତାକୁ ବନ୍ଦ କରିଛନ୍ତି ।
ବଲାଙ୍ଗିର ରେଲେଓ୍ୱ ଷ୍ଟେସନରେ ପଶି ଇସ୍ପାତ ଏକ୍ସପ୍ରେସକୁ ବନ୍ଦ କରିଛନ୍ତି । ଟ୍ରେନ ସମ୍ମୁଖରେ ପୋଷ୍ଟର ବ୍ୟାନର ଧରି ଧାରଣା ଓ ନାରାବାଜି ଦେଇଛନ୍ତି ଆନ୍ଦୋଳନକାରୀ । ୨୦ ମିନିଟ ଧରି ଟ୍ରେନକୁ ବନ୍ଦ ରଖିବା ପରେ ଆନ୍ଦୋଳନକାରୀ ଛାଡି ଦେଇଥିବା ସୂଚନା ମିଳିଛି । ବନ୍ଦ ଡକରା ଯୋଗୁଁ ବଲାଙ୍ଗିର ସହର ଭିତରେ ଦୋକାନ ବଜାର ସବୁ ବନ୍ଦ ରହିଛି । ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ବନ୍ଦ ଡାକରାରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।
ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବନ୍ଦ ରହିଛି OSRTC ବସ୍ ସେବା ବନ୍ଦ କରାଯାଇଛି। ଆଜି ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ OSRTC ବସ୍ ଗଡ଼ିବନି ବୋଲି ସୂଚନା ମିଳିଛି।
The post ଆଜି ଭାରତ ବନ୍ଦ, ସକାଳୁ ସକାଳୁ ପିକେଟିଂ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/3ANPT7y
No comments:
Post a Comment