ରାଜ୍ୟରେ ୭୦ ଛୁଆଙ୍କ ସମେତ ୪୬୨ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ରାଜ୍ୟରେ ୭୦ ଛୁଆଙ୍କ ସମେତ ୪୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର।

୪୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୯୪ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୬ ଜଣ ନୂଆ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ବାଲେଶ୍ୱରରୁ ୧୧, ବରଗଡ଼ରୁ ୪, ଭଦ୍ରକରୁ ୧୬, ବଲାଙ୍ଗିରରୁ ୨, କଟକରୁ ୩୦, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩୧, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ଜଣେ, ମୟୂରଭଞ୍ଜରୁ ୧୩, ନୟାଗଡ଼ରୁ ୫, ନୂଆପଡ଼ାରୁ ଜଣେ, ପୁରୀରୁ ୧୩, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୨, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୬ ଜଣ ଅଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୨୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୭ ହଜାର ୬୬୬ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୩୫୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୪୬କୁ ବୃଦ୍ଧି ପାଇଛି।

ଏହି ୫ ଜଣଙ୍କ ମଧ୍ୟରୁ ଅନୁଗୋଳ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ ଅନୁଗୋଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୯୧, କଟକରେ ୮୨୮, ଖୋର୍ଦ୍ଧାରେ ୧,୪୮୮ ଓ ପୁରୀରେ ୪୫୦ରେ ପହଞ୍ଚିଛି।

The post ରାଜ୍ୟରେ ୭୦ ଛୁଆଙ୍କ ସମେତ ୪୬୨ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3AtiKxY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages