ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ହୀରାଖଣ୍ଡି ଗାଁରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣଙ୍କ ହେଲେ ଝରଣା ଦାସ। ଝରଣାଙ୍କୁ ସାବତ ମା’ ବିଷ ଦେଇ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ସାବତ ମା’କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ମୁତାବକ, ଗାଁର ଶିବରାମ ଦାସଙ୍କର ପ୍ରଥମ ସ୍ତ୍ରୀଙ୍କର ୧୫ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଶିବରାମ ବିଳାସି ଦାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଶିବରାମଙ୍କ ପ୍ରଥମ ସ୍ତ୍ରୀଙ୍କର ଗୋଟିଏ ପୁଅ ଓ ଝିଅ ଥିଲେ। ବିଳାସୀଙ୍କର ଦୁଇଟି ପୁଅ ଅଛନ୍ତି।
ଶିବରାମଙ୍କ ପ୍ରଥମ ପତ୍ନୀଙ୍କ ପୁଅ ମୁନା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ସମୟରେ ଘରେ ଝିଅ ଝରଣା ସାବତ ମା’ ସହ ରହୁଥିଲେ। ବାପା ଶିବରାମ କେରଳରେ ରହୁଥିଲେ। ସାବତ ମା ବାରମ୍ବାର ଝରଣାକୁ ଶାରୀରିକ ନିର୍ଯାତନା ଦେଉଥିବା ଗ୍ରାମବାସୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
ହେଲେ ଗତକାଲି ସକାଳେ ହଠାତ ଝରଣାକୁ କଣ ହୋଇଯାଇଛି ବୋଲି ବିଳାସି ପଡ଼ୋଶୀଙ୍କୁ କହିଥିଲେ। ପରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଝରଣାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗ୍ରାମବାସୀ ଏକତ୍ରିତ ହୋଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସାବତ ମା’କୁ ଅଟକ ରଖିବା ସହ ପଚରାଉଚରା କରୁଛି। ଏହାସହ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସାବତ ମା’ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଝରଣା କେଉଁ ପୁଅ ସହ ଫୋନରେ କଥା ହେଉଥିଲା। ତାକୁ ଠିକ ରାସ୍ତାକୁ ଆଣିବା ପାଇଁ ସେ ତାଗିଦ କରୁଥିଲେ ବୋଲି ସଫେଇ ଦେଇଛନ୍ତି ।
The post ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ସାବତ ମା’ ଅଟକ appeared first on Odisha Reporter.
from Odisha Reporter https://ift.tt/3lnESU1
No comments:
Post a Comment