ପ୍ରମୋଦଙ୍କ ପରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ଆଇଏଏସ୍ ସୁହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ପ୍ରମୋଦଙ୍କ ପରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ଆଇଏଏସ୍ ସୁହାସ

ଟୋକିଓ: ଚଳିତ ପାରାଲିମ୍ପିକ୍ସରେ ଭାରତୀୟଙ୍କ ଜଲୱା ଜାରି ରହିଛି। ଆଜି ସକାଳୁ ଭାରତ ପାଇଁ ଦୁଇଟି ପଦକ ପକ୍କା କରିଛନ୍ତି ଦୁଇ ଷ୍ଟାର ଶଟଲର। ଓଡ଼ିଆ ପୁଅ ପ୍ରମୋଦ ଭଗନ ଏସ୍‌ଏଲ୍‌ ୩ ପୁରୁଷ ଏକକ ବର୍ଗ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଇଏଏସ୍‌ ଅଫିସର ସୁହାସ ୟାଥିରାଜ ଏସ୍‌ଏଲ୍‌ ୪ ପୁରୁଷ ଏକକ ବର୍ଗରେ ସମାନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ସୁହାସି ସେମିଫାଇନାଲ ଜିତି ଫାଇନଲରେ ପ୍ରବେଶ କରିଥିବାରୁ ଏବେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ। ତାଙ୍କର ସ୍ୱର୍ଣ୍ଣ ମୁକାବିଲା ସନ୍ଧ୍ୟା ୫.୩୦ରେ ଅନୁଷ୍ଠିତ ହେବ। ପ୍ରମୋଦଙ୍କ ଭଳି ସୁହାସ ମଧ୍ୟ ନିଜର ସେମି ଫାଇନାଲ ମୁକାବିଲାକୁ ଏକତରଫା ଭାବେ ଜିତିଛନ୍ତି। ଏହି ମ୍ୟାଚରେ ତାଙ୍କର ମୁକାବିଲା ଇଣ୍ଡୋନେସିଆର ଫ୍ରେଡି ସେଟିଅୱାନଙ୍କ ସହ ହୋଇଥିଲା।

ତେବେ ସୁହାସି ତାଙ୍କୁ ୨୧-୯ ଓ ୨୧-୧୫ରେ ହରାଇ ଭାରତ ପାଇଁ ୧୫ତମ ପଦକ ପକ୍କା କରିଛନ୍ତି। ଏହି ମ୍ୟାଚ୍‌କୁ ସେ ମାତ୍ର ୩୧ ମିନିଟରେ ଶେଷ କରି ଦେଇଥିଲେ। ନୋଏଡାର ଗୌତମ ବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରୁଥିବା ସୁହାସି ହେଉଛନ୍ତି ବିଶ୍ୱର ୩ନଂ ଶଟଲଟର।

ଫାଇନାଲରେ ତାଙ୍କର ମୁକାବିଲା ବିଶ୍ୱର ୧ନଂ ଖେଳାଳି ତଥା ଫ୍ରାନ୍ସ ଶଟଲର ଲୁକାସ ମାଜୁରଙ୍କ ସହ ହେବ। ଏହି ମ୍ୟାଚ୍‌ରେ ସୁହାସ ଜିତିଲେ ସ୍ୱର୍ଣ୍ଣ ପଦକ ଓ ହାରିଲେ ରୌପ୍ୟ ପଦକ ପାଇବେ।

ଅନ୍ୟପକ୍ଷରେ ଏସ୍‌ଏଲ-୪ ବର୍ଗର ସେମିଫାଇନାଲରେ ଭାରତର ଅନ୍ୟତମ ଶଟଲର ତରୁନ ଢିଲନ ହାରିଯାଇଛନ୍ତି। ତାଙ୍କୁ ଲୁକାସ ହିଁ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି। କିନ୍ତୁ ତରୁନ ସେମିରେ ଦମଦାର ପ୍ରଦର୍ଶନ କରିଥିଲେ। ଲୁକାସ ବିଶ୍ୱର ୧ନଂ ଖେଳାଳି ହୋଇଥିଲେ ହେଁ ତାଙ୍କ ସହ ଭାରତର ତରୁନ ଦୀର୍ଘ ୧ ଘଣ୍ଟା ୩ ମିନିଟ ଧରି ଲଢ଼େଇ କରିଥିଲେ।

ପ୍ରଥମ ସେଟ୍‌କୁ ଲୁକାସ ୨୧-୧୬ରେ ଜିତିଥିବା ବେଳେ ତରୁନ କମବ୍ୟାକ୍‌ କରି ଦ୍ୱିତୀୟ ସେଟ୍‌କୁ ୨୧-୧୬ରେ କବଜା କରିଥିଲେ। କିନ୍ତୁ ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ସେ ୧୮-୨୧ରେ ଲୁକାସଙ୍କ ଠାରୁ ହାରି ଯାଇଥିଲେ। ସେ ସେମିରେ ହାରିଥିବାରୁ ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼େ କରିବେ।

The post ପ୍ରମୋଦଙ୍କ ପରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ଆଇଏଏସ୍ ସୁହାସ appeared first on Odisha Reporter.



from Odisha Reporter https://ift.tt/3yHb0GL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages