ଝାରସୁଗୁଡ଼ା(ଭାଗିରଥୀ ସାହୁ): ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ବନ୍ଧା ହେଲେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ସରବାହାଲଠାରୁ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କଲା ସମ୍ବଲପୁର ସିଟି ପୁଲିସ୍ ଓ GST ଏନ୍ଫୋର୍ସମେଣ୍ଟ ଟିମ୍। ଗିରଫ ଚାର୍ଟାଡ ଆକାଉଣ୍ଟାଣ୍ଟଜଣକ ହେଲେ ଅମିତ ଅଗ୍ରୱାଲ ।
ଅମିତ ଅଗ୍ରୱାଲ ଝାରସୁଗୁଡ଼ାର ଜଣେ ଜଣାଶୁଣା ଚାର୍ଟାଡ ଆକାଉଣ୍ଟାଣ୍ଟ । ସେ ଫେକ୍ ବିଲ୍ କରି ପ୍ରାୟ ୩୧୯ କୋଟି ୬୫ଲକ୍ଷ ଟଙ୍କାର ଜିଏସଟି ଠକିଥିବା ଅଭିଯୋଗ ହୋଇଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡାର GTS ଦଳ ଅମିତଙ୍କ ସରବାହାଲସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।
୩୧୯ କୋଟି ୬୫ଲକ୍ଷ ଟଙ୍କା GST ଫାଙ୍କିଥିବା ଅମିତ ଅଗ୍ରୱାଲଙ୍କ ଶୁଣାଣି ଝାରସୁଗୁଡ଼ା ଏସଡିଜେଏମ୍ ହୋଇଥିଲା।। ତାଙ୍କୁ ୧୫ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପବ୍ଲିକ ପ୍ରସିକ୍ୟୁଟର ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।
The post ବନ୍ଧା ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ, ୩୨୦ କୋଟି ଜିଏସ୍ଟି ଠକିଥିଲେ appeared first on Odisha Reporter.
from Odisha Reporter https://ift.tt/3zIQveb
No comments:
Post a Comment