‘ତାଲିବାନ ସରକାର ଗଠନ ପ୍ରକ୍ରିୟା ଶେଷ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

‘ତାଲିବାନ ସରକାର ଗଠନ ପ୍ରକ୍ରିୟା ଶେଷ’

କାବୁଲ: ଆଫଗାନିସ୍ତାନରେ ଗଠନ ହେବ ତାଲିବନ ସରକାର। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। କେବଳ ଘୋଷଣା ହେବା ବାକି ରହିଛି ବୋଲି ତାଲିବାନ ମୁଖପାତ୍ର ଅହମ୍ମଦଦୁଲା ମୁତାକି କହିଛନ୍ତି।

ସୋମବାର ତାଲିବାନ ପଞ୍ଜଶିର ଘାଟିକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ଦାବି କରିଥିଲା। ଏହାପରେ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ନେଇ ଖବର ମିଳିଥିଲା। ତେବେ ଆଜି ସରକାର ଗଠନ ନେଇ ସମସ୍ତ ପ୍ରସ୍ତୁତି ସରିଛି ବୋଲି ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ମୁତାକି ଟୁଇଟ୍‌ କରି କହିଛନ୍ତି।

ସେ ଲେଖିଛନ୍ତି ଯେ, ‘ଇସଲାମ ସରକାର ଘୋଷଣା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଗବାନଙ୍କ ଇଚ୍ଛାରେ ଖୁବ ଶୀଘ୍ର ସରକାର ଘୋଷଣା କରାଯିବ। ଆଫଗାନିସ୍ତାନ ଇତିହାସର ଗତ ୪୦ବର୍ଷ ମଧ୍ୟରେ ଏହା ଏକମାତ୍ର ସରକାର ହେବ ଯାହା ସମଗ୍ର ଆଫଗାନିସ୍ତାନ ଉପରେ ଶାସନ କରିବ। ତେବେ ସରକାର ଘୋଷଣା କରିବାର କୌଣସି ନିର୍ଦ୍ଦିଷ୍ଟ ତାରିଖ ସାମ୍ନାକୁ ଆସିନଥିଲେ ବି ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।’

ସୂଚନା ମୁତାବକ, ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ ହେବା ପାଇଁ ୬ଟି ଦେଶକୁ ଆମନ୍ତ୍ରିତ କରାଯାଇଛି। ପାକିସ୍ତାନ, ତୁର୍କୀ, କତାର, ରୁଷିଆ, ଚୀନ୍‌ ଓ ଇରାନକୁ ତାଲିବାନ ପକ୍ଷରୁ ବିଧିବଦ୍ଧ ନିମନ୍ତ୍ରଣ ପଠାଯାଇଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ଯୁଦ୍ଧ ଶେଷ ହୋଇଛି। ସେମାନେ ଏବେ ସ୍ଥିର ଓ ଶାନ୍ତ ଆଫଗାନିସ୍ତାନ ପାଇବାକୁ ଆଶା କରୁଛନ୍ତି। ଯିଏ ଅସ୍ତ୍ର ଉଠାଇବ, ସେ ଲୋକ ତଥା ଦେଶର ଶତ୍ରୁ। ଆକ୍ରମଣକାରୀମାନେ ଆମ ଦେଶକୁ କେବେବି ପୁନଃ ନିର୍ମାଣ କରିବେ ନାହିଁ ଏବଂ ଏହା ଆମମାନଙ୍କର ଦାୟିତ୍ୱ।’

ସେପଟେ ତାଲିବାନ ପକ୍ଷରୁ ଆଫଗାନର ମୁଖ୍ୟ ବା ରାଷ୍ଟ୍ରପତି ଭାବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ମନୋନୀତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତାଲିବାନ କହିଛି ଯେ ବୁଧବାର ଦିନ ବିଧିବଦ୍ଧ ଭାବେ ଆଫଗାନରେ ତାଲିବାନୀ ଶାସନ ଆରମ୍ଭ ହେବ। ସେହିଦିନ ସରକାର ଗଠନ ସମ୍ପର୍କରେ ଘୋଷଣା ହେବ।

The post ‘ତାଲିବାନ ସରକାର ଗଠନ ପ୍ରକ୍ରିୟା ଶେଷ’ appeared first on Odisha Reporter.



from Odisha Reporter https://ift.tt/2Yoz5Ws

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages