ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଲାଗି ରହିଥିବାରୁ ବଲାଙ୍ଗିର ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲି ନଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସ୍କୁଲ୍ରେ ପାଠପଢ଼ା ହେଉଛି।
ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇପଡ଼ିଛି। ସହରର ତଳି ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଘର ଭିତରେ ବର୍ଷା ପାଣି ପଶି ଯାଇଛି। ସହରରେ ଏବେବି ବର୍ଷା ଜାରି ରହିଛି। ବିଶେଷ କରି ସହରର ମାଳପଡ଼ା, ରାଜୀବନଗର, ଆଦର୍ଶପଡ଼ା, ଠିକାଦାରପଡ଼ା, ସୁଦପଡ଼ା, ନାଳଖଣ୍ଡିପଡ଼ା ଓ ଉଦୟନଗର ଭଳି ବିଭିନ୍ନ ପଡ଼ାରେ ସ୍ଥିତି ବିଗିଡ଼ିବାରେ ଲାଗିଛି।
ସେହିପରି ଜିଲ୍ଲାରେ ରାତି ସାରା ବର୍ଷା ଲାଗି ରହିଥିବାରୁ ପୁଇଁତଳା ବ୍ଲକ ଉତ୍ତରବାହାଲ ଗାଁ କାଲସାଏପଡ଼ା ଲୋକେ ଜଳ ବନ୍ଦୀ ହୋଇଯାଇଛି। କାଲସାଏପଡ଼ାରେ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି।
ସୂଚନାଯୋଗ୍ୟ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ଟି ଜିଲ୍ଲାରେ ଦୁଇ ଦିନ (କାଲି ଓ ଆଜି) ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଥିଲେ। ସେହିସବୁ ଜିଲ୍ଲା ଗୁଡ଼ିକ ହେଉଛି- କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ବରଗଡ଼ ଓ ଜଗତସିଂହପୁର।
The post ବଲାଙ୍ଗିରରେ ଆଜି ସ୍କୁଲ୍ ଛୁଟି appeared first on Odisha Reporter.
from Odisha Reporter https://ift.tt/3tG7yvu
No comments:
Post a Comment